ଦେଶ ବିଦେଶ

ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇନଥିଲେ ଆମେ ଦୃଢ ସ୍ଥିତିରେ ଥାନ୍ତେ: ନୱାଜ – Utkal Mail


ଲାହୋର: ବ୍ରିଟେନରେ ଚାରି ବର୍ଷ ରହିବା ପରେ ଏବେ ପାକିସ୍ତାନ ଫେରିଆସିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ | ଆଜି ନୱାଜ ସରିଫ ପ୍ରଥମ ଥର ପାଇଁ ଲାହୋରରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ନୱାଜ ସରିଫଙ୍କ ଭାଷଣରେ ବାଂଲାଦେଶ ଅଲଗା ହେବାର ଯନ୍ତ୍ରଣା ପ୍ରକାଶ ପାଇଥିଲା। ସେ କହିଛନ୍ତି ଯେ ଯଦି ବାଂଲାଦେଶ ଆଜି ପାକିସ୍ତାନଠାରୁ ଅଲଗା ହୋଇନଥାନ୍ତା, ତେବେ ଆମେ ବହୁତ ଦୃଢ ସ୍ଥିତିରେ ଥାନ୍ତେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱୀକାର କରିଛନ୍ତି ଯେ ଆଜି ବାଂଲାଦେଶ ପ୍ରଗତି ଦୃଷ୍ଟିରୁ ପାକିସ୍ତାନଠାରୁ ଆଗରେ ଅଛି। ନୱାଜ ଆହୁରି କହିଛନ୍ତି ଯେ ଯଦି ପାକିସ୍ତାନ ପୂର୍ବ ପାକିସ୍ତାନ (ବାଂଲାଦେଶ) ରୁ ଅଲଗା ହୋଇନଥାନ୍ତା, ତେବେ ଭାରତ ଦେଇ ଏକ ଆର୍ଥିକ କରିଡର ହୋଇଥାନ୍ତା। ଆମେ ପାକିସ୍ତାନର ବିକାଶ ପାଇଁ ପଡ଼ୋଶୀ ଏବଂ ବିଶ୍ୱ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ |

ନୱାଜ ସରିଫ ଆହୁରି ମଧ୍ୟ ଜନସାଧାରଣଙ୍କୁ କହିଥିଲେ ଯେ ‘ମୁଁ ଆଜି ଆପଣଙ୍କୁ ଜାଗ୍ରତ କରିବାକୁ ଆସିଛି। ମୋର ଇଚ୍ଛା ହେଉଛି ଏକ ପରିବର୍ତ୍ତିତ ପାକିସ୍ତାନ ଦେଖିବା | ସେହିପରି ସେ କହିଛନ୍ତି ଯେ କଶ୍ମୀରର ସମାଧାନ ପାଇଁ ମଧ୍ୟ ଆମକୁ ଆଗକୁ ବଢିବାକୁ ପଡିବ। ଏହି ରାଲିରେ ସରିଫଙ୍କ ଝିଅ ମରିୟମ ଏବଂ ଅନ୍ୟ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସେ ତାଙ୍କ କାର୍ଯ୍ୟକାଳ ବିଷୟରେ ମନେ ପକାଇ କହିଛନ୍ତି ଯେ ମିଳିତ ଭାବେ ଆମେ ପୁଣି ଥରେ ପାକିସ୍ତାନକୁ ପ୍ରଗତି ପଥରେ ନେଇଯିବା। ଉଲ୍ଲେଖ ଥାଉ କି ଆଗକୁ ନିର୍ବାଚନ ଥିବାବେଳେ ସରିଫ ପୁଣିଥରେ ସକ୍ରିୟ ରାଜନୀତିରେ ସାମିଲ ହୋଇପାରନ୍ତି। ପିଏମଏଲ-ଏନ୍‌ ପାଇଁ ସେ ନିର୍ବାଚନ ପ୍ରଚାର କରିପାରନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button