ସ୍ୱାସ୍ଥ୍ୟ

ଛାତି ପୋଡ଼ାଜଳା ହେଉଥିଲେ ଖାଆନ୍ତୁ ଏହି ୫ ଖାଦ୍ୟ, ଦୂର ହୋଇଯିବ ଆପଣଙ୍କ ସମସ୍ୟା

ଆଜିକାଲି ଦୁନିଆରେ ବହୁତ ଲୋକଙ୍କ ମଧ୍ୟରେ ବହୁତ ପ୍ରକାରର ରୋଗ ଦେଖିବାକୁ ମିଳିଛି। ଏମିତିରେ ଛାତି ଯନ୍ତ୍ରଣା ଏକ ବଡ ସମସ୍ୟା। ଛାତି ପୋଡ଼ାଜଳା ହେଲେ ଆମେ ଭାବିଥାଉ ହୃଦଜନୀତ ସମସ୍ୟା ରହିଛି। କିନ୍ତୁ ସେମିତି ସବୁବେଳେ ହୋଇ ନ ଥାଏ। କେତେକ ଥର ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ଭଳି ପେଟ ସମସ୍ୟା କାରଣରୁ ଛାତି ଜଳିଥାଏ ଓ ଦରଜ ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇ ନ ଥିବା ଯୋଗୁଁ ଏପରି ହୋଇଥାଏ। ଏଥିପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ହୋଇଥିଲେ ମଧ୍ୟ ତାହା ଅନେକ ସମୟରେ କାର୍ଯ୍ୟକାରୀ ହୋଇନଥାଏ। ଏହା ସହିତ ଘରୋଇ ଉପଚାରରେ ମଧ୍ୟ ଆପଣ ଏହାକୁ ଭଲ କରିପାରିବେ। ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଦୂର ହୋଇଥାଏ।

କଦଳୀ

bananaକଦଳୀରେ କମ୍ ପରିମାଣରେ ଏସିଡ୍ ରହିଥାଏ, ଯାହା ଆପଣଙ୍କ ହଜମ କ୍ରିୟା ଓ ଛାତି ଜଳନକୁ ରୋକିବାରେ ସାହାଯ୍ୟ କରେ। ଏଥିରେ ଅଧିକ ପରିମାଣରେ ଫାଇବର୍ ରହିଛି ଯାହା ଆପଣଙ୍କ ହଜମକ୍ରିୟାକୁ ଭଲ କରିଥାଏ।

ଓଟ୍ସ

ଓଟ୍ସରେ ଅଧିକ ପରିମାଣର ଫାଇବର୍ ଥିବା ଯୋଗୁଁ ଏହାକୁ ଜଳଖିଆରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଆପଣଙ୍କୁ ଛାତି ଜଳନ ସମସ୍ୟା ହେଲେ ଓଟସ୍ ଖାଆନ୍ତୁ, ଏହା ପେଟରେ ବାହାରୁଥିବା ଅଧିକ ଏସିଡ୍କୁ ଶୋଷିନିଏ ଓ ଏସିଡିଟି ହେବାରୁ ରକ୍ଷା କରିଥାଏ।

ଅଦା

ଅଦା ଛାତି ଜଳନ ଓ ହଜମକ୍ରିୟାକୁ ଭଲ କରିଥାଏ। ଅଦା ଚା’ କିମ୍ବା ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟି ଖାଇବା ଦ୍ୱାରା ଏସିଡିଟି ଲକ୍ଷଣ ଆଦିକୁ ତୁରନ୍ତ ଭଲ କରିଥାଏ।

ଶାଗ

ଶାଗ ବଦ୍ହଜମୀକୁ ବନ୍ଦ କରିବାରେ ଖୁବ୍ ଲାଭଦାୟକ ହୋଇଥାଏ। ପାଳଙ୍ଗ, କୋବି ଶାଗରେ ବହୁତ ପରିମାଣରେ ଆଲ୍କାଲାଇନ୍ ରହିଥାଏ, ଯାହା ଏସିଡ୍ ସମସ୍ୟାକୁ କମ୍ କରିଥାଏ।

yogurt

 

ଦହି

ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ଓ ପେଟକୁ ସୁସ୍ଥ ରଖିଥାଏ। ଏଥିରେ ବାୟୋଟିକ୍ସ୍ ରହିଛି, ଅର୍ଥାତ୍ ଭଲ ଜୀବାଣୁ, ଯାହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଓ ହଜମକ୍ରିୟାକୁ ସୁସ୍ଥ ରଖେ। ଏହା ଏସିଡିଟିକୁ ଓ ଛାତି ଜଳନକୁ ବନ୍ଦ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button