ବ୍ୟବସାୟ

ମାତ୍ର ୮୦ ଟଙ୍କା ରେ ଆପଣ ବି ବନେଇପାରିବେ ଏହି ଜାଗାରେ ନିଜ ସ୍ଵପ୍ନର ଘର, ଆସନ୍ତୁ ଜାଣିବା କେମିତି

ଯଦି ଆପଣଙ୍କୁ କେହି ଏହା କୁହେ କି ମାତ୍ର ୮୦ ଟଙ୍କା ରେ ଆପଣଙ୍କୁ ଘର ମିଳିବ ତାହେଲେ ଆପଣ କଣ କେବେ ଏହା ମାନିବେ ? କିନ୍ତୁ ଏହା ସତ, ଏହି ଭଳି ଏକ ଦେଶ ଅଛି ଯେଉଁଠି ମାତ୍ର ୮୦ ଟଙ୍କାରେ ଆପଣ ନିଜ ପାଇଁ ଘର କିଣି ପାରିବେ । ଇଟଲି ରେ ବହୁତ କମ ରେ ଘର ମିଳୁଛି, କେବଳ ୮୦ ଟଙ୍କା ରେ ଶୁଣିକି ଭରସା ହେଉନି ନା କିନ୍ତୁ ଏହା ସତ । ଲଗାତାର ଇଟଲି ରେ କମ ହେଉଥିବା ଜନସଂଖ୍ୟା ପାଇଁ ସେଠାର ଏକ ସହର ରେ ଜାଗା ସହ ଘର ମିଳୁଛି ତାହା ବି ମାତ୍ର ୮୦ ଟଙ୍କା ରେ ।

ଇଟଲି ର ସିସିଲୀ ଦ୍ୱୀପ ରେ ଏକ ଗାଁ ସଂବୂକା ଅଧିକାରୀ ମାନେ ଲଗାତର କମୁଥିବା ଜନସଂଖ୍ୟା ପାଇଁ ଏହି ପରି ଏକ ଯୋଜନା ର ଘୋଷଣା କରିଛନ୍ତି ।

ନଗର ପରିସଦ କରୁଅଛି ବିଦେଶୀ ମାନଙ୍କ ସାହାଯ୍ୟ :

ସିସିଲି ର ନଗର ପରିସଦ ନିଜେ ବିଦେଶୀମାନଙ୍କୁ ସେଠାରେ ରହିବା ପାଇଁ ସାହାଯ୍ୟ କରୁଛି । ଏହି ଗାଁ ରେ ମାତ୍ର ୫,୮୦୦ ଲୋକ ଅଛନ୍ତି କାହିଁକିନା ଏଠାର ସ୍ଥାନୀୟ ଲୋକେ ପାଖ ସହର ବା ଅଲଗା ଦେଶ ରେ ରହିବାକୁ ପଳେଇଲେଣି । ସେଥିପାଇଁ ସଂବୂକା ନଗର ପରିସଦ ଅଧିକାରୀ ଏହା ଘୋଷଣା କରିଛନ୍ତି କି ନଗରର ପୁରୁଣା ଘର ସବୁ ଗୋଟେ ୟୁରୋ ମାନେ ୮୦ ଟଙ୍କା ରେ ବିକି ଦେବେ ଯାହା ଦ୍ଵାରା ଗାଁ ର ଜନସଂଖ୍ୟା ବଢିବ ।

ଆଗ କିଣିଲେ ଘର ତା ପରେ ଆରମ୍ଭ କଲେ ନିଲାମି :

ସଂବୂକା ର ମେୟର (Mayor) ଲିୟୋନାର୍ଡୋ ସିକାସିୟୋ କହିଲେ କି ନଗର ପରିସଦ ଆଗ ଆଇନ ଅନୁଯାଇ ଏହି ଘର ସବୁକୁ କିଣିଲା ଏବଂ ତା ପରେ ଏହାର ନିଲାମି ଆରମ୍ଭ କଲେ ।

ଘର କିଣିବାର ସର୍ତ୍ତ :

ଘର ର କାମ ପାଇଁ ହୋଇଥିବା ଖର୍ଚ୍ଚ ଯିଏ କିଣିବ ସିଏ ବହନ କରିବ, ଏହା ସହ ଘର କିଣୁଥିବା ଲୋକ ୫,୦୦୦ ପାଉଣ୍ଡ ଅର୍ଥାତ ୪ ଲକ୍ଷ ଟଙ୍କା ରିଫଣ୍ଡ ସିକ୍ୟୁରିଟି ପାଇଁ ଦେବାକୁ ପଡିବ । ଆଥୋରିଟି ଘର କାମ ପାଇଁ ୧୫,୦୦୦ ପାଉଣ୍ଡ ଅର୍ଥାତ ୧୨ ଲକ୍ଷଟଙ୍କା ଧାର୍ଯ୍ୟ କରିଛନ୍ତି ।

ଏହି ଗାଁ ବି ଲୋକଙ୍କୁ ଦେଇ ଥିଲା ଏହି ଭଳି ଅଫର :

ଇଟାଲୀ ର କେଣ୍ଡେଲା ଗାଁ ର ଅଧିକାରୀ ମାନେ ମଧ୍ୟ ଏହି ଭଳି ଲୋକଙ୍କୁ ଫ୍ରୀ ରେ ଘର ଉପଲବ୍ଧ କରେଇବେ ବୋଲି କହିଥିଲେ, ମାତ୍ର ଏତିକି ନୁହେଁ ବରଂ ନିଜ ତରଫରୁ କିଣୁଥିବା ଲୋକ ଙ୍କୁ ୨,୦୦୦ ୟୁରୋ ମଧ୍ୟ ଦେବେ ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button