ଧର୍ମ

ପୁତ୍ରଦା ଏକାଦଶୀର ରହିଛି ବିଶେଷ ମହତ୍ତ୍ବ, ଏହି ଦିନରେ ଜନ୍ମିତ ଶିଶୁଙ୍କ ପାଖରେ ଦେଖିବାକୁ ମିଳିଥାଏ ଭିନ୍ନ ଗୁଣ

ହିନ୍ଦୁ ଧର୍ମରେ ବାର ମାସରେ ୧୩ ପର୍ବ ପଡିଥାଏ । ଏଥିସହିତ ପ୍ରତି ମାସରେ ଦୁଇଟି ଲେଖାଏଁ ଏକାଦଶୀ ପଡ଼ିଥାଏ । ଯାହା ହିନ୍ଦୁ ଶାସ୍ତ୍ର ଅନୁସାରେ ଏହାର ବିଶେଷ ମହତ୍ତ୍ବ ରହିଛି । ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଏ ।

ଧାର୍ମିକ ଦୃଷ୍ଟିକୋଣରୁ ଖୁବ୍ ଶୀଘ୍ର ବର୍ଷର ଶେଷ ହେବା ସହି ଶୁଭ ହେବାକୁ ଯାଉଛି । ବର୍ଷର ଶେଷ ପୁତ୍ରଦା ଏକାଦଶୀ ଆଜି ପାଳନ କରାଯାଉଛି । ହିନ୍ଦୁ ଶାସ୍ତ୍ରରେ ଏକାଦଶୀ ତିଥିକୁ ସମସ୍ତ ତିଥି ଏବଂ ହରି ବାସ ମଧ୍ୟରୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ପୌରାଣିକ ବିଶ୍ବାସ ଅନୁସାରେ ଏହି ପବିତ୍ର ଦିନଟି ଜନ୍ମିତ ଶିଶୁଙ୍କ ପାଇଁ ଖୁବ୍ ଭଲ ହୋଇଥାଏ । ଯାହା ସାଧାରଣ ପୂଜା ନୁହେଁ ବରଂ ଏହି ଦିନରେ ସନ୍ତାନମାନେ ଭଗବାନ ବିଷ୍ଣୁଙ୍କର ଏବଂ ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ କରନ୍ତି ବୋଲି ବିଶ୍ୱାସ କରାଯାଏ । ଏକାଦଶୀ ତିଥିରେ ଜନ୍ମ ହୋଇଥିବା ଶିଶୁଙ୍କର ୫ ଟି ବିଶେଷ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା । ଯାହା ଅନ୍ୟମାନଙ୍କ ଅପେକ୍ଷା ନିଆରା ହୋଇଥାଏ ।

୫ ଟି ବିଶେଷ ଗୁଣ:-

ସାତ୍ତ୍ବିକ ଏବଂ ଶାନ୍ତି ପ୍ରକୃତି :
ଏକାଦଶୀରେ ଜନ୍ମ ହୋଇଥିବା ଶିଶୁମାନେ ସ୍ବଭାବରେ ଶାନ୍ତ ଏବଂ ସରଳ ହୋଇଥାଆନ୍ତି । ଏହି ତିଥିର ଜନ୍ମିତ ଖୁବ୍ କମ୍ ବୟସରୁ ଏହି ପିଲାମାନେ ଗମ୍ଭୀର ଏବଂ ଚତୁର ହୋଇଥାଆନ୍ତି । ଏମାନଙ୍କ କୋମଳ ଆଚରଣ ଅନେକ ଲୋକପ୍ରିୟତା ସୃଷ୍ଟି କରିଥାଏ ।

ତୀବ୍ର ବୁଦ୍ଧି ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି :

ଏକାଗ୍ରତାରେ ଏହି ପିଲାମାନେ ଖୁବ୍ ଭିନ୍ନ ହୋଇଥାଆନ୍ତି । ଏହି ପିଲାମାନେ କେବଳ ପଢା ଲେଖାରେ ନୁହେଁ ବରଂ ଧର୍ମ ଏବଂ ଆଧ୍ୟାତ୍ମିକରେ ମଧ୍ୟ ପ୍ରତିଭାଶାଳୀ ହୋଇଥାଆନ୍ତି । ପ୍ରାୟତଃ ଏମାନେ ଜୀବନର ରହସ୍ୟଗୁଡ଼ିକୁ ବୁଝିବାକୁ ଆଗ୍ରହୀ ଥାଆନ୍ତି ।

ସତ୍ୟ ପଥରେ ଯିବା : ଭଗବାନ ବିଷ୍ଣୁଙ୍କୁ ସତ୍ୟର ପ୍ରତୀକ ବୋଲି ମାନାଯାଇଥାଏ । ଏକାଦଶୀରେ ଜନ୍ମିତ ପିଲାଙ୍କ ନିକଟରେ ଏହି ସବୁ ଗୁଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଏମାନେ ମିଛ କହିବାକୁ ପସନ୍ଦ କରି ନଥାଆନ୍ତି । ସଚ୍ଚୋଟତା ଏମାନଙ୍କ ଭବିଷ୍ୟତର ମୂଳଦୁଆ ହୋଇଥାଏ ।

ବିପରୀତ ପରିସ୍ଥିତିରେ ଧର୍ଯ୍ୟ :
ଏହି ପିଲାମାନଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେମାନଙ୍କର ଧର୍ଯ୍ୟ । ଜୀବନ ଯେତେ କଷ୍ଟକର ହେଉନା କାହିଁକି, ସେମାନେ ବିଚଳିତ ହୋଇନଥାନ୍ତି । ଏକାଦଶୀ ଉପବାସ ପାଳନ କରୁଥିବା ଲୋକଙ୍କ ପରି, ଏହି ଦିନରେ ଜନ୍ମ ହୋଇଥିବା ପିଲାମାନେ କଷ୍ଟକର ପରିସ୍ଥିତିକୁ ସହ୍ୟ କରିବା ଏବଂ ପରାସ୍ତ କରିବାର ଏକ ଅସାଧାରଣ କ୍ଷମତା ରଖନ୍ତି ।

ଦାନଶୀଳ ଏବଂ ଦୟାଳୁ ହୃଦୟର ହୋଇଥାନ୍ତି :
ଏପରି ପିଲାମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି । ସେମାନଙ୍କର ପ୍ରାଣୀ ଏବଂ ଅସହାୟଙ୍କ ପ୍ରତି ଦୟା ମନୋଭାବ ରହିଥାଏ । ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ, ଏକାଦଶୀରେ ଜନ୍ମଗ୍ରହଣ କରିଥିବା ଲୋକମାନେ ସେମାନଙ୍କ ପରିବାର ପାଇଁ ଗୌରବ ଆଣିଥାନ୍ତି ଏବଂ ସମାଜ ସେବା କାର୍ଯ୍ୟରେ ସକ୍ରିୟ ଭାବରେ ସାମିଲ ହୋଇ ରହିଥାଆନ୍ତି ।

ପୁତ୍ରଦା ଏକାଦଶୀର ବିଶେଷ ମହତ୍ତ୍ବ :
ସନ୍ତାନ ପାଇବାକୁ ଚାହୁଁଥିବା ଦମ୍ପତିଙ୍କ ପାଇଁ ପୁତ୍ରଦା ଏକାଦଶୀ ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । ଏହି ଦିନ ଉପବାସ ରଖିବା ଏବଂ ଉପଯୁକ୍ତ ରୀତିନୀତି ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ସନ୍ତାନ ଲାଭର ଆଶୀର୍ବାଦ ମିଳିଥାଏ ଏବଂ ପରିବାରରେ ଶାନ୍ତି ଏବଂ ସୁଖ ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ । ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଆଜି ପଡ଼ୁଥିବା ପୁତ୍ରଦା ଏକାଦଶୀକୁ ସନ୍ତାନ ଜନ୍ମ ଏବଂ ସେମାନଙ୍କର ପ୍ରଗତି ପାଇଁ ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସନ୍ତାନ ଏହି ଦିନରେ ଜନ୍ମ ହୁଏ, ତେବେ ସେ ପରିବାର ପାଇଁ ସୌଭାଗ୍ୟ ଆଣିଥାଏ ବୋଲି ଏହା ବିଶ୍ୱାସ କରାଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button