ଦେଶ ବିଦେଶ

ଜନ୍ମାଷ୍ଟମୀରେ ବାଲଗୋପାଲଙ୍କୁ ଭୋଗ ଲଗାନ୍ତୁ ନିଜ ହାତ ତିଆରି ପେଡା

ଆସନ୍ତାକାଲି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ସାରା ଦେଶର ଲୋକେ ଏହି ଦିନଟିକୁ ଜନ୍ମାଷ୍ଟମୀଭାବେ ପାଳନ କରନ୍ତି। ଜନ୍ମାଷ୍ଟମୀ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କ ଜନ୍ମ ହେବା ଖୁସିରେ ପାଳନ କରାଯାଏ। ବାଲଗୋପାଲଙ୍କ ଜନ୍ମାଷ୍ଟମୀରେ ପେଡା ଭୋଗ ଲଗାଯାଏ। କୃଷ୍ଣ ଭକ୍ତ ଏହି ଦିନରେ ନିଜର ବାଲଗୋପାଲଙ୍କୁ ପେଡା ଭୋଗ ଲଗାଇଥାନ୍ତି। ଯଦି ଆପଣ ଭାବୁଛନ୍ତି ଏବର୍ଷ କରୋନା ଭାଇରସ୍‌ କାରଣରୁ ଆପଣ କାହ୍ନାଙ୍କୁ ମଥୁରା ପେଡା ଭୋଗ କିପରି ଲଗାଇବେ ତାହେଲେ ଆପଣ ଏକଦମ୍‌ ନିଶ୍ଚିତ ରୁହନ୍ତୁ। ଆଜି ଆମେ ଆପଣଙ୍କୁ ଘରେ କେମିତି ପେଡା ବନାଇବେ ତାର ରେସିପି ବିଷୟରେ ଜଣାଇବୁ। ତାହେଲେ ଡେରି ନ କରି ଆସନ୍ତୁ ଜାଣିବା ମଥୁରା ସ୍ପେଶାଲ ପେଡା କିପରି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ଖୁଆ – ୨୫୦ ଗ୍ରାମ, ଚିନି ପାଉଡର – ୨୦୦ ଗ୍ରାମ, ଘିଅ – ୨ରୁ୩ ଚାମଚ, ଛୋଟ ଅଳେଇଚ – ୪ରୁ୫ଟି, ପେଡା ବନାଇବା

pedaପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ଖୁଆକୁ ଏକ ଚାମଚ ସାହାଯ୍ୟରେ ମିଳାଇ ଦିଅନ୍ତୁ। ଏବେ କଡେଇ ଗରମ କରି ସେଥିରେ ଖୁଆ ପକାନ୍ତୁ ଏବଂ ଆଞ୍ଚକୁ ଏକଦମ୍‌ ଧୀମା କରି ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ସାମାନ୍ୟ ରଙ୍ଗ ପରିବର୍ତ୍ତନ ନ ହୋଇଛି। ଯେତେବେଳେ ଏହା ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ଏଥିରେ ଦୁଇ ଚାମଚ ଘିଅ ପକାଇ ଭାଜନ୍ତୁ। ଯଦି ଘିଅ ଶୁଖିଲା ହୋଇଯିବ ତାହେଲେ ଏଥିରେ ଦୁଇ ବଡ ଚାମଚ ମଲେଇ ବାଲା କ୍ଷୀର ପକାଇ ଚଲାନ୍ତୁ, ଯେତେ ପର୍ଯ୍ୟନ୍ତ କ୍ଷୀର ଶୁଖିଲା ନ ହୋଇଛି। ଏବେ ଆଞ୍ଚ ବନ୍ଦ କରିଦିଅନ୍ତୁ କିନ୍ତୁ ଖୁଆକୁ ଲଗାତର ଅଳ୍ପ ସମୟ ପର୍ଯ୍ୟନ୍ତ ଚଲାନ୍ତୁ। ଯେପରି ଖୁଆ ତଳେ ନ ଚିପକି ଯାଏ। ଏବେ ଏଥିରେ ଚିନି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆପଣ ଏହି ମିଶ୍ରଣରେ ପେଡା ବନାଇ ପାରିବେ। ପେଡା ବନାଇବା ପାଇଁ ଏହି ମିଶ୍ରଣକୁ ଅଳ୍ପ ହାତରେ ନେଇ ଗୋଲ ଆକାର ଦିଅନ୍ତୁ। ଏବେ ଏହାକୁ ହାଲକା ହାତରେ ଦବାନ୍ତୁ। ଏବେ ଏଥିରେ ଅଳେଇଚ ପାଉଡର ପକାଇ ପ୍ଲେଟରେ ସଜାଇ ରଖନ୍ତୁ। ଏବେ ଆପଣଙ୍କର ପେଡା ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button