ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ପୁରୁଣା ଖାତାରହେବ ପୁନଃ କେୱାଇସି ଅପଡେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅଧୀନରେ ଖୋଲାଯାଇଥିବା 10 ବର୍ଷ ପୁରୁଣା ଖାତାର ପୁନଃ କେୱାଇସି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବାକୁ ଆର୍ଥିକ ସେବା ସଚିବ ଏମ ନାଗରାଜୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। 2014 ରେ ଆରମ୍ଭ ହୋଇଥିବା ଏହି ଯୋଜନା ଗରିବ ଏବଂ ସ୍ୱଳ୍ପ ଆୟ ବର୍ଗର ଲୋକଙ୍କ ପାଇଁ ଆର୍ଥିକ ସେବା ଯୋଗାଇବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ, ଏହି ଖାତାଗୁଡ଼ିକର କେୱାଇସି ପ୍ରକ୍ରିୟା ନବୀକରଣ ହେବ l

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ 2014 ଶେଷ ସୁଦ୍ଧା ପ୍ରାୟ 10.5 କୋଟି ଆକାଉଣ୍ଟ ଖୋଲା ଯାଇଥିଲା। ବର୍ତ୍ତମାନ, 10 ବର୍ଷ ପରେ ଏହି ଖାତାଗୁଡ଼ିକରେ ଅଦ୍ୟତମ ସୂଚନା ଅପଡେଟ୍ କରିବା ଆବଶ୍ୟକ ଅଟେ l ଅପଡେଟ୍ କେୱାଇସି ବିନା, ଆକାଉଣ୍ଟଧାରୀମାନେ ବ୍ୟାଙ୍କିଙ୍ଗ୍ ସେବା, ଯଥା ବ୍ୟାଙ୍କ ସୁବିଧା, ଋଣ ସୁବିଧା କିମ୍ବା ସରକାରୀ ସୁବିଧା ପାଇପାରିବେ ନାହିଁ l ଏହାବ୍ୟତୀତ ଏହି ପ୍ରକ୍ରିୟା ଠକେଇ ଏଡ଼ାଇବାରେ ସାହାଯ୍ୟ କରିବ ଏବଂ ଖାତାର ସୁରକ୍ଷା ନିଶ୍ଚିତ କରିବ l

କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପାଇଁ ନାଗାରାଜୁ ବ୍ୟାଙ୍କଗୁଡ଼ିକୁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମ ଯେପରିକି ଏଟିଏମ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରିବାକୁ କହିଛନ୍ତି। ଏହାଦ୍ୱାରା ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଗ୍ରାହକମାନେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ l ଏହି ପ୍ରକ୍ରିୟାକୁ ଠିକ ସମୟରେ ଶେଷ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ଅତିରିକ୍ତ କର୍ମଚାରୀ ନିୟୋଜିତ କରିବାକୁ ସଚିବ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ସମ୍ପୂର୍ଣ୍ଣ ଉତ୍ସାହ ସହିତ ଏହି କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ, ଯାହାଦ୍ୱାରା ଆକାଉଣ୍ଟଧାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ l

Related Articles

Leave a Reply

Your email address will not be published. Required fields are marked *

Back to top button