ବ୍ୟବସାୟ

ଓଲା ଇ-ସ୍କୁଟରରେ ଆସିବ ଏହି ପରିବର୍ତ୍ତନ, କମ୍ପାନି କଲା ଘୋଷଣା – Utkal Mail


ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନି ଓଲା ଇଲେକ୍ଟ୍ରିକ୍ ନିଜର ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ସ୍କୁଟରର ସଫ୍ଟଓୟାର କୁ ନେଇ ଏକ ବଡ଼ ଅପଡେଟ୍ କରାଯାଇଛି ଏବଂ ମୁଭ୍ ଓଏସ୍ ୪ ଲଞ୍ଚ  କରାଯାଇଛି ବୋଲି କମ୍ପାନି ଟୁଇଟ୍ କରି କହିଛି। ଏହି ଅପରେଟିଂ ସିଷ୍ଟମ ଏବେ ଓଲାର ଆଗକୁ ଆସିବାକୁ ଥିବା ସ୍କୁଟରରେ ଦେଖିବାକୁ ମିଳିବ, ଏହା ସହିତ ଏହାକୁ ପୁରୁଣା ସ୍କୁଟରରେ ମଧ୍ୟ ଅପଡେଟ୍ କରାଯିବ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ପାଖରେ ମଧ୍ୟ ଓଲାର ଇଲେକ୍ଟ୍ରିକ୍ ସ୍କୁଟର ଅଛି ତେବେ ଖୁବଶୀଘ୍ର ଆପଣ ଏହାକୁ ଅପଡେଟ୍ କରିପାରିବେ ।

କମ୍ପାନିର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ରୁ ମୁଭ୍ ଓଏସ୍ ୪ର ବିଟା ରୋଲଆଉଟ୍ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ଏକ ମାସ ସମୟ ଲାଗିପାରେ। ଏଭଳି ସ୍ଥିତିରେ ଏହା ଅକ୍ଟୋବରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏହି ସଫ୍ଟଓୟାର ସହିତ କମ୍ପାନୀ ସ୍କୁଟରରେ ଅନେକ ଅପଡେଟ କରିଛି । ଏହି ଅପଡେଟ୍ ସହିତ ଆପଣଙ୍କୁ ଏବେ ଅନେକ ନୂଆ ଫିଚର ଦେଖିବାକୁ ମିଳିବ ।

 

ଏହି ନୂଆ ସଫ୍ଟଓୟାର ଜରିଆରେ ଚାଳକମାନେ ଏବେ ଜାଣିପାରିବେ ଯେ ସେମାନେ ପ୍ରତ୍ୟେକ ଡ୍ରାଇଭ୍ ସମୟରେ କେତେ ସଞ୍ଚୟ କରନ୍ତି। ଏହି ସଫ୍ଟୱେୟାର୍ ବାୟୋମେଟ୍ରିକ୍ ଆପ୍ ଲକ୍ କୁ ସମର୍ଥନ କରିବ। ଏବେ ସ୍କୁଟରକୁ ଫିଙ୍ଗରପ୍ରିଣ୍ଟ ଜରିଆରେ ଅନଲକ୍ କରାଯାଇପାରିବ । ଏହା ସହିତ ଏଥିରେ କ୍ରୁଜ୍ କଣ୍ଟ୍ରୋଲ ମଧ୍ୟ ଯୋଡାଯାଇଛି । ଏଥିସହିତ ଦିଆଯାଇଥିବା ଏକ ବିଶେଷ ଫିଚର ହେଉଛି ଟେମ୍ପର ଆଲର୍ଟ, ଯେଉଁଥିରେ ଯଦି କେହି ଆପଣଙ୍କ ସ୍କୁଟର ସହ ଟାମ୍ପରିଂ  କରନ୍ତି ତେବେ ଏହାର ସୂଚନା ଆପଣଙ୍କ ଫୋନରେ ଉପଲବ୍ଧ ହେବ ।




Related Articles

Leave a Reply

Your email address will not be published. Required fields are marked *

Back to top button