ଭାଇ ଦୁଷ୍କର୍ମ କରୁଥିଲା, ସବୁ ଜାଣି ମା’ ଚୁପ୍ ରହିବାକୁ କହୁଥିଲେ; ପୁଲିସରେ ଏଭଳି ଅଭିଯୋଗ କଲେ ଯୁବତୀ – Utkal Mail
କାନପୁର: ନିଜ ଭାଇ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଭଉଣୀ। ଘରେ ଏକା ଥିବା ବେଳେ ଭାଇ ସବୁବେଳେ ଦୁଷ୍କର୍ମ କରୁଥିଲା। ସବୁଜାଣି ବି ମା’ ଚୁପ ରହିବାକୁ କହୁଥିଲେ ବୋଲି ଜଣେ ଯୁବତୀ ଏବେ ଅଭିଯୋଗ କରିଛନ୍ତି। ପୁଲିସ ପାଖକୁ ଅଭିଯୋଗ ଯିବା ପରେ ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିବା ସହ ପୀଡ଼ିତାଙ୍କ ମା’ଙ୍କୁ ଏବିଷୟରେ ପଚରାଉଚରା କରୁଥିବା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା।
ଏହି ଘଟଣାକୁ ନେଇ ଏଡିସିପି ଲଖନ ସିଂ ଯାଦବ କହିଛନ୍ତି ଯେ ପୀଡିତା ତାଙ୍କ ଭାଇଙ୍କ ଉପରେ ଦୁଷ୍କର୍ମ କରିଥିବାର ଆରୋପ ଲଗାଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି। ପୀଡ଼ିତା ତାଙ୍କ ଏତଲାରେ ଲେଖିଛନ୍ତି ଯେ, କିଛି ବର୍ଷ ହେଲାଣି ଭାଇ ମୋ ସହ ଦୁଷ୍କର୍ମ କରୁଥିଲା। ଘରେ କେହି ନଥିବା ବେଳେ ସେ ଏହି ଅପରାଧ କରୁଥିଲା। ହେଲେ ମା’ ତାକୁ ଭଲ ବୋଲି କହୁଥିଲେ। ମୁଁ ସବୁ କହିବା ପରେ ବି ସେ ଭାଇକୁ ସମର୍ଥନ କରିବା ସହ ମୋତେ ଚୁପ ରହିବାକୁ କହୁଥିଲେ। ବାରମ୍ବାର ଏଭଳି ହେବାରୁ ଏବେ ମୁଁ ପୁଲିସରେ ଅଭିଯୋଗ କରିବାକୁ ସାହସ କରିଛି।