ମନୋରଞ୍ଜନ

୨୫ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ସଲମାନ ଓ କରଣ, ଚଳଚ୍ଚିତ୍ର ନାମ ଘୋଷଣା – Utkal Mail



ମୁମ୍ବାଇ: ୨୫ ବର୍ଷ ପୂର୍ବେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ ଯୋଜନା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏବେ ଶେଷରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ଭାଇଜାନ ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଫିଲ୍ମର ନାମ ମଧ୍ୟ ଘୋଷଣା କରିଛନ୍ତି।

୨୫ ବର୍ଷ ପରେ ସଲମାନ ଏବଂ କରଣ ପୁଣି ଏକାଠି ନଜର ଆସିବେ। ଏହା ପୂର୍ବରୁ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସଲମାନ ଦସ୍ତଖତ କରିଥିବା କୁହାଯାଉଥିଲା। ବର୍ତ୍ତମାନ ଅଭିନେତା ଫିଲ୍ମର ଟାଇଟଲ୍ ପ୍ରକାଶ କରିଛନ୍ତି। ଭାଇଜାନ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ‘ଦି ବୁଲ୍‌’ ନାମକ ଏକ ଫିଲ୍ମ କରୁଛନ୍ତି। ଏହାପରେ ଦବଙ୍ଗ ଆସିବ, କିକ୍‌ ଆସି। ଏହିପରି ୩-୪ଟି ଫିଲ୍ମ ଆସୁଛି।

ବିଷ୍ଣୁ ବର୍ଦ୍ଧନ ଏହି ମୁଭିରେ ନିର୍ଦ୍ଦେଶନା ଦେଇଥିବାବେଳେ ପୂର୍ବରୁ କରଣ ଏକ ସାକ୍ଷାତ୍‌କାରରେ ସେ ‘ଦି ବୁଲ୍‌’ ନାମକ ଏକ ମୁଭିରେ କାମ କରିବା ନେଇ ପ୍ରକାଶ କରିଥିଲେ। ତେବେ ୧୯୯୮ର ସିନେମା ‘କୁଛ୍‌ କୁଛ୍‌ ହୋତା ହୈ’ ପରେ ସଲମାନ୍‌ ଏବଂ କରଣଙ୍କୁ ଏବେ ଏକାଠି ଦେଖିବାକୁ ମିଳିବ। ଟାଇଗର-୩ ପରେ ଏହା ସଲମାନ୍‌ଙ୍କ ପରବର୍ତ୍ତୀ ମୁଭି ହେବ। ଫିଲ୍ମଟି ନଭେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ।




Related Articles

Leave a Reply

Your email address will not be published. Required fields are marked *

Back to top button