ରାଜନୀତି

ମୋଦୀ କାହିଁକି ଗାୟବ ହେବେ? କଂଗ୍ରେସକୁ କଡା ଭାଷାରେ ଟାର୍ଗେଟ କଲେ ଫାରୁକ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର ରାତି‌ରେ ଏକ୍ସରେ ଏକ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀଙ୍କର ଏକ ମୁଣ୍ଡ ନଥିବା ଚିତ୍ର ଦେଇଥିଲା। ଫଟୋରେ ଏକ ହଳଦୀ ରଙ୍ଗର କୁର୍ତା, ଧଳା ପାଇଜାମା ଏବଂ କଳା ଜୋତା ଥିବା‌ ଏକ ପୁରୁଣା ଫଟୋ କଂଗ୍ରେସ ପୋଷ୍ଟ୍‌ କରିଥିଲା। କିନ୍ତୁ ଏଥିରେ ମୋଦୀଙ୍କ ମୁଣ୍ଡ କଂଗ୍ରେସ ରଖିନଥିଲା। ମୁଣ୍ଡ ସ୍ଥାନରେ ‘ଗାୟବ’ ଲେଖାଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଦୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ଉଠାଇ କଂଗ୍ରେସ ଏହି ପୋଷ୍ଟ୍‌ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଗାୟବ” ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗକୁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଏବଂ ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଖାରଜ କରିଛନ୍ତି। “ସେ କେଉଁଠି ହଜିଯାଇଛନ୍ତି? ମୁଁ ଜାଣିଛି ସେ ଦିଲ୍ଲୀରେ ଅଛନ୍ତି,” ଅବଦୁଲ୍ଲା କହିଛନ୍ତି। କଂଗ୍ରେସକୁ କଡା ଟାର୍ଗେଟ କରି ଫାରୁକ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଆମର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛୁ, ଏହା ପରେ ଆମକୁ ପଚରାଯିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ଯାହା କାମ କରିବାକୁ ଚାହାଁନ୍ତି ତାହା କରିବା ଉଚିତ।

ସେହିପରି ସେ ପାକିସ୍ତାନର ବାରମ୍ବାର ପରମାଣୁ ଶକ୍ତି ଦାବିର ଜବାବରେ ଭାରତର କ୍ଷମତାକୁ ମନେ ପକାଇ ଦେଇଥିଲେ। ସେ କହିଥିଲେ, “ଆମର ମଧ୍ୟ ପରମାଣୁ ଶକ୍ତି ଅଛି ଏବଂ ସେମାନଙ୍କ ପୂର୍ବରୁ ମଧ୍ୟ ଆମ ପାଖରେ ଏହା ଥିଲା।” ଭାରତ କେବେ କାହାକୁ ପ୍ରଥମେ ଆକ୍ରମଣ କରିନାହିଁ। ଏହା ସବୁ ସେଠାରୁ (ପାକିସ୍ତାନ) ଆରମ୍ଭ ହୋଇଥିଲା ଏବଂ ଆମେ ଜବାବ ଦେଇଥିଲୁ। ଆଜି ମଧ୍ୟ, ଆମେ ଏହାକୁ (ପରମାଣୁ ଅସ୍ତ୍ର) ବ୍ୟବହାର କରିବୁ ନାହିଁ ଯଦି ସେମାନେ ଏହାକୁ ବ୍ୟବହାର ନ କରନ୍ତି। କିନ୍ତୁ ଯଦି ସେମାନେ ଏହାକୁ ବ୍ୟବହାର କରନ୍ତି, ତେବେ ଆମ ପାଖରେ ମଧ୍ୟ ଅଛି। ଭଗବାନ କେବେବି ଏପରି ପରିସ୍ଥିତି ସୃଷ୍ଟି ନ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button