ଓଡିଶା

ଖେଳ ସାଜିଲା କାଳ

କେନ୍ଦ୍ରାପଡ଼ା: ଖେଳୁଥିବା ବେଳେ ପୋଖରୀରେ ବୁଡି ଅକାଳରେ ଚାଲିଗଲା ୩ ଜୀବନ।ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବିସ୍ଥାପିତ ଅଞ୍ଚଳ ବଗପାଟିଆରେ। ସୂଚନା ମୁତାବକ ଅପରାହ୍ନ ଗୋଟାଏ ବେଳେ ଛୋଟ ଛୋଟ ପିଲାମାନେ ପୋଖରୀ ପାଖରେ ଖେଳୁଥିବା ବେଳେ ତାଙ୍କ ବଲଟି ପୋଖରୀ ଭିତରେ ପଡି ଯାଇଥିଲା।

ବଲ ଆଣିବା ପାଇଁ ପିଲା ମାନେ ପୋଖରୀ ଭିତରେ ପଶିଥିବା ବେଳେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡି ଯାଇଥିଲେ। ପରବର୍ତ୍ତୀ ସମୟରେ ଗ୍ରାମବାସୀ ୩ ପିଲାଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକ ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ଵିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡା ବୋଲି ଜଣା ପଡିଛି।ସମସ୍ତଙ୍କ ବୟସ ୧୦ ରୁ ୧୧ ବର୍ଷ  ବୋଲି ଜଣାପଡିଛି।

ଖବର ଜଣାପଡିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତ ଶିଶୁଙ୍କ ପରିବାରଙ୍କ କ୍ଷତି ପୂରଣ ବାବଦକୁ ସରକାରୀ ସହାୟତା ଯୋଗାଇଦେବାକୁ ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ।

Related Articles

Leave a Reply

Your email address will not be published. Required fields are marked *

Back to top button