କ୍ରୀଡା

ଜୁନ ୪ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ ଟି-୨୦ ବିଶ୍ବକପ୍-୨୦୨୪ – Utkal Mail


ମୁମ୍ବାଇ: ୨୦୨୪ରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ବକପର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏହି ବିଶ୍ବକପ୍ ଜୁନ୍ ୪ରୁ ଆରମ୍ଭ ହେବ। ସେହିପରି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୨୦ତାରିଖରେ ଖେଳାଯିବ। ଏହି ବିଶ୍ୱକପକୁ ଓ୍ବେଷ୍ଟଇଣ୍ଡିଜ (କାରିବୀୟ ଦ୍ବୀପସମୁହ) ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି ।

ମ୍ୟାଚଗୁଡ଼ିକ ଆମେରିକାର ଫ୍ଲୋରିଡା, ଡାଲାସ୍ ଓ ନ୍ୟୁୟର୍କ ସହରରେ ଖେଳାଯିବ। ସେହିପରି ଓ୍ବେଷ୍ଟଇଣ୍ଡିଜର ଆଣ୍ଟିଗୁଆ ଓ ବାର୍ବୁଡା, ବାର୍ବାଡୋସ, ଡୋମିନିକା, ଗାଏନା, ସେଣ୍ଟଲୁସିଆ, ସେଣ୍ଟ ଭିନସେଣ୍ଟ, ଗ୍ରେନାଡିନ୍ସ, ତ୍ରିନିଦାଦ ଓ ଟୋବାଗୋ ଆଦି ସ୍ଥାନରେ ଖେଳାଯିବ ।  ଏହା ପୂର୍ବରୁ ୨୦୨୧ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନ କରିଥିଲେ।

କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ୍ ?

ମିଡିଆ ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆଇଜେନହାୱର ପାର୍କରେ ଖେଳାଯାଇପାରେ । ଏହି ଷ୍ଟାଡିୟମ ନ୍ୟୁୟର୍କ ସହରଠାରୁ ପ୍ରାୟ ୩୦ ମାଇଲ ଦୂରରେ ଅବସ୍ଥିତ । ୨୦୨୪ ଟି-୨୦ ବିଶ୍ୱକପ୍ ରେ ମୋଟ ୨୦ଟି ଦଳ ଖେଳିବେ। ଏହି ୨୦ଟି ଦଳକୁ ୫-୫ଟି ଦଳର ୪ଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍ ରୁ ଶ୍ରେଷ୍ଠ ଦୁଇଟି ଦଳ ସୁପର-୮ ରାଉଣ୍ଡପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହାପରେ ୮ଟି ଦଳକୁ ୪-୪ ର ୨ଟି ଗ୍ରୁପ୍ ରେ ବିଭକ୍ତ କରାଯିବ। ଉଭୟ ଗ୍ରୁପ୍ ରୁ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button