ଓଡିଶା

୫୨ନଂ ୱାର୍ଡରେ ୫୨ ଲକ୍ଷ ଟଙ୍କାରେ ରାସ୍ତା ଓ ଡ୍ରେନର ନବୀକରଣ

କଟକ, ୨୭/୮ କଟକ ମହାନଗର ନିଗମ ଅନ୍ତର୍ଗତ ୫୨ନଂ ୱାର୍ଡସ୍ଥିତ ରାଜେନ୍ଦ୍ର ନଗର ଅଂଚଳର ଜଗନ୍ନାଥ ଲେନ୍ ପାଇଁ ୨୪ ଲକ୍ଷ ଟଙ୍କା ଓ ଆନନ୍ଦ ଲେନ୍ ପାଇଁ ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଫେବର ବ୍ଲକ ଟାଇଲ ରାସ୍ତା ଓ କଭର ଡ୍ରେନର ନବୀକରଣ କାର୍ଯ୍ୟ ମଂଜୁର କରାଯାଇଛିି । ଏହି ଅବସରରେ ଉଭୟ ନବୀକରଣ କାର୍ଯ୍ୟର ଶିଳାନ୍ୟାସ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସୌଭାଗିନୀ ଜେନା, ଅରବିନ୍ଦ ଜେନା, ବରିଷ୍ଠ ମୁରବି ବ୍ରଜବନ୍ଧୁ ମିଶ୍ର, ଗଜେନ୍ଦ୍ରନାଥ ନାୟକ, ଶରତ ଚନ୍ଦ୍ର ପତି, ନାରାୟଣ ପାଢ଼ୀ, ବିନୟକେତନ ଚୌଧୁରୀ, ପୂର୍ଣ୍ଣେନ୍ଦୁ ଜେନା, ପ୍ରଦୀପ ସେଠୀ, ସରୋଜ ସ୍ୱାଇଁ, ନାରାୟଣ ମୁଦୁଲି, ପରମାନନ୍ଦ ମିଶ୍ର, କୃଷ୍ରଚନ୍ଦ୍ର ମହନ୍ତ, ଜ୍ଞାନ ରଂଜନ ନାୟକ, ସୁଶାନ୍ତ କୁମାର ନାୟକ ଏବଂ କ୍ଷୀରୋଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button