ଭାଗ୍ୟଶାଳୀ ଝିଅ ମାନେ କେଉଁ ତାରିଖ ରେ ଜନ୍ମ ନେଇଥାନ୍ତି ? Jyotisha Shastra

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତେକ ବ୍ୟକ୍ତି ଜନ୍ମ ହେବାର ତାରିଖ, ବାର, ମାସ ମାଧ୍ୟମରେ ତାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ତେବେ ଏମିତି କିଛି ମାସ ଅଛି ଯେଉଁ ମାସରେ ଜାତ ହୋଇଥିବା କନ୍ୟା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଆଜି ଆମେ ଜାଣିବା କେଉଁ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ଭାଗ୍ୟବାନ ହୋଇଥାନ୍ତି ।
୧- ଯେଉଁ ଝିଅ ମାନଙ୍କର ଜନ୍ମ ମାସର ୧, ୧୦, ୧୯, ୨୮ ତାରିଖରେ ହୋଇଥାଏ ସେମାନେ ଆଦର୍ଶବାଦୀ ହୋଇଥାନ୍ତି । ଏମାନେ ଯାହା ସହ ବନ୍ଧୁତା କରନ୍ତି ମନର ସହ କରିଥାନ୍ତି । ନିଜ ସ୍ଵାମୀ ବା ପ୍ରେମିକଙ୍କ ଠାରୁ ଆଶା ରଖିଥାନ୍ତି ସେମାନେ ତାଙ୍କର ସବୁ କଥା ମାନିବେ । ଏମାନଙ୍କୁ ଭଲ ପାଇବା ଦେଖାଇବା କମ ଆସିଥାଏ ।
୨- ଯେଉଁ ଝିଅଙ୍କର ଜନ୍ମ କେଉଁ ବି ମାସର ୨, ୧୧, ୨୦, ୨୯ ତାରିଖରେ ହୋଇଥାଏ ସେମାନେ ଶାନ୍ତ ସ୍ଵଭାବର ହେବ ସହ ଭାବୁକ ହୋଇଥାନ୍ତି । ଏମାନେ ନିଜ ସାଥିଙ୍କ ଠାରୁ ଅଧିକ ଆଶା ରଖନ୍ତି ନାହିଁ ।
୩- କେଉଁ ବି ମାସର ୩, ୧୨, ୨୧, ୩୦ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ସମସ୍ତଙ୍କର ଧ୍ୟାନ ରଖିଥାନ୍ତି । ପରିବାରରେ ଏମାନଙ୍କର ପ୍ରଭାବ ରହିଥାଏ । ବଡ ମାନଙ୍କୁ କେମିତି ନିଜ କଥାରେ ମନାଇବେ ବେଶ ଭଲ ଭାବେ ଜାଣିଥାନ୍ତି । ଏମାନେ ସ୍ଵାଭ୍ବିମାନି ସଂସ୍କାରୀ ହୋଇଥାନ୍ତି ।
୪- ଯେଉଁ ଝିଅଙ୍କର ଜନ୍ମ ମାସର ୪, ୧୩, ୨୨, ୩୧ ରେ ହୋଇଥାଏ ସେମାନେ ଭଲ ବନ୍ଧୁ ଭାବେ ପ୍ରମାଣିତ ହୋଇଥାନ୍ତି । ଏମାନଙ୍କୁ ସଜେଇ ହେବାକୁ ପସନ୍ଦ ହୋଇଥାଏ । ଏମାନେ ପରିବାରର ନିଜର ଅଧିକାର ଜାହିର କରିଥାନ୍ତି । ଏମାନଙ୍କର ବ୍ୟକ୍ତିଗତ ଲାଇଫରେ କେହି ହସ୍ତକ୍ଷେପ କରିବା ପସନ୍ଦ ନୁହେଁ ।
୫- ଯେଉଁ ଝିଅଙ୍କର ଜନ୍ମ ମାସର , ୧୪, ୨୩ ତାରିଖରେ ହୋଇଥାଏ ସେମାନେ ପୁରା ଖୋଲା ବିଚାରର ହୋଇଥାନ୍ତି ଓ ସାମାଜିକ କାର୍ଯ୍ୟରେ ଅଧିକ ରୁଚି ର ରଖିଥାନ୍ତି ।
୬- ଯେଉଁ ଝିଅଙ୍କର ଜନ୍ମ ମାସର ୬, ୨୪, ୧୫ରେ ହୋଇଥାଏ ସେମାନେ ସ୍ବଭାବରେ ଭାବୁକ ହେବ ସହ ମନ ମମତାରେ ଭରିଥାଏ । ଏମାନେ ଅନ୍ୟ ଠାରୁ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି । ନିଜ କାମରେ ସଚ୍ଚୋଟ ହୋଇଥାନ୍ତି ।
୭- କେଉଁ ବି ମାସର ୭, ୧୬, ୨୫ ତାରିଖରେ ଝିଅମାନେ ଜନ୍ମ ହୋଇଥାନ୍ତି ସେମାନେ ସମ୍ବେଦଶନଶୀଳ, ଭାବୁକ ଓ ଅନ୍ୟର କଷ୍ଟକୁ ବୁଝିବା ଭଳି ହୋଇଥାନ୍ତି । ଏମାନେ ଚାହାନ୍ତି ଏମାନଙ୍କ ସାଥି ତାଙ୍କ କଥାରେ ରୁହନ୍ତୁ ।
୮- ୮, ୧୭, ୨୬ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ନ୍ୟାୟପ୍ରିୟ ଓ ଶାନ୍ତିପ୍ରିୟ ହୋଇଥାନ୍ତି । ଏମାନଙ୍କୁ ସଂସ୍କାରୀ ଓ ପରମ୍ପରାବାଦୀ ଜୀବନସାଥି ପସନ୍ଦ ଆସିଥାନ୍ତି । ଏମାନେ ସ୍ବଭାବରେ ସାନ୍ତ ହୋଇଥିଲେ ବି ଟିକେ କଥାରେ ର ରାଗି ଯାଇଥାନ୍ତି ।
୯- ଯେଉଁ ଝିଅଙ୍କର ଜନ୍ମ ୯, ୧୮, ୨୭ ତାରିଖରେ ହୋଇଥାଏ ସେମାନେ ନିଜ ସମ୍ମାନ ପ୍ରତି ସମ୍ବେଦନଶୀଳ ହୋଇଥାନ୍ତି । ପରିବାର ଏମାନଙ୍କୁ ଅଧିକ ପ୍ରିୟ ହୋଇଥାଏ ।