ଆହୁରି 2 ଦିନ ବର୍ଷା ହୋଇପାରେ ଯାହାକୁ ନେଇ 13 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଲା ପାଣିପାଗ ବିଭାଗ
ନମସ୍କାର ବନ୍ଧୁଗଣ । ଲଘୁଚାପ ବର୍ଷା ରେ ଭିଜୁଛି ସାରା ଓଡିଶା । କେଉଁଠି ଭାରି ବର୍ଷା ହେଉଥିବା ବେଳେ ଅନ୍ୟ କେଉଁଠି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଉଛି । ଝାଡଖଣ୍ଡ ଗାନ୍ଧୀ ଉପାତ୍ୟକା ପୂର୍ବ ରେ ରହିଥିବା ସୁଦୃଶ୍ୟ ଲଘୁଚାପ ବଳୟ ଦୁର୍ବଳ ହୋଇ ଲଘୁଚାପ ରେ ପରିଣତ ହୋଇଛି । ବର୍ତ୍ତମାନ ସମୟରେ ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ ଉପରେ ସକ୍ରିୟ ରହିଛି ।
ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଆଜି 12 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର, ସମ୍ବଲପୁର, ଦେବଗଡ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଆଦି ଜିଲ୍ଲା ଗୁଡିକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ଆନନ୍ଦପୁର ରେ ଅଧିକ ବର୍ଷା ଦେଖା ଯାଇଛି । ଯାହା କାରଣରୁ ବୈତରଣୀ ନଦୀ ରେ ହାଲକା ପାଣି ଆସିଥିବାର ଦେଖା ଯାଇଛି । ଯାହା ପାଇଁ ଜନ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ବର୍ଷା ସହ ଘଡଘଡି ବିଜୁଳି ମଧ୍ୟ ଦେଖିବାକୁ ମିଳିଛି । ଆଜି ମଧ୍ୟ ବର୍ଷା ଲାଗି ରହିବ । ଯାହା କାରଣରୁ ଲୋକ ମାନେ ଅତିଷ୍ଠ ହୋଇ ପଡିଲେଣି । ଚାଷୀ ମାନଙ୍କର ଧାନ ନଷ୍ଟ ହେବାରେ ଲାଗିଛି ।
ବର୍ଷା ଯଦି ଲଗାତାର ହୁଏ ତେବେ ତଳିଆ ଅଞ୍ଚଳର ଲୋକ ମାନେ ନାହିଁ ନ ଥିବା ସମସ୍ୟାର ସମୁଖିନ୍ନ ହେବେ । ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରା ଯାଉଛି । ଆହୁରି 2 ଦିନ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଯଦି ବର୍ଷା ର ପରିମାଣ ବଢେ ତେବେ ତଳିଆ ଅଞ୍ଚଳର ଲୋକ ଦୁର୍ଦ୍ଦଶା ଭୋଗ କରିବେ । ପ୍ରଶାସନ ଏ ନେଇ ସତର୍କ ରହିଛି ଓ ତତ୍ପରତା ଦେଖାଇଛି ।