ଓଡିଶା

ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

କୋଣାର୍କ ୨।୧୦: ପାର୍ବଣରେ ପ୍ରତ୍ୟେକ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟହ ପଞ୍ଚଉପଚାରରେ ରୀତିନୀତି ସମ୍ପାଦନ କରାଯାଉଥିବା ବେଳେ, ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ବିଧିରେ ରୀତିନୀତି ସମ୍ପାଦନ କରାଯାଇଥାଏ ।

ପ୍ରତ୍ୟେକ ଦିନ ପରି ସକାଳୁ ସକାଳୁ ମା’ଙ୍କ ଦ୍ବାର ଫିଟା ନୀତି ଠାରୁ ଆରମ୍ଭ କରାଯାଇ ଅବକାଶ, ମଇଲମ, ସ୍ନାନ ସୂର୍ଯ୍ୟ ପୂଜା ପରେ ପରେ ବାଳ ଭୋଗ, ଦ୍ବିପ୍ରହରରେ ଅନ୍ନ, ଡାଲି, ବେସର, ପୋଡାମାଛ, ଖିରି ସହିତ ବିରି ପିଠା ଭୋଗ ଅର୍ପଣ କରାଯିବା ସହିତ ଦୁଇବେଳା ଚଣ୍ଡୀ ପାଠ କରାଯାଇଥାଏ ମା’ ରାମଚଣ୍ଡୀ ପୀଠରେ l ଷୋଳପୂଜା ପୂଜାରେ ପ୍ରତ୍ୟେକ ଦିନ ମାନଙ୍କ ପାଖରେ ମାଛ ପୋଡା ବଳି ଭୋଗ କରାଯାଏ ବୋଲି ମନ୍ଦିର ପୂଜା ପଣ୍ଡା କହିଛନ୍ତି ।

ଯେହେତୁ ନବମୀ ପୂଜା ଆରମ୍ଭ ହେଉଥିବା ଯୋଗୁଁ ମା’ ରାମଚଣ୍ଡୀ ବଗଳାମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ବଗଳାମୁଖୀ ବେଶ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଢ଼ ଜମିବାରେ ଲାଗିଛି । ସେପଟେ ଶ୍ରଦ୍ଧାଳୁ ମାନେ ଆସି ମା’ଙ୍କୁ ଦର୍ଶନ କରି ନିଜ ନିଜର ପରିବାରର ମଙ୍ଗଳ କାମନା କରିଥିବା କହିଛନ୍ତି । ପ୍ରତ୍ୟେକ ଶକ୍ତି ପୀଠରେ ଦିବାରାତ୍ରି ଭିଡ଼ ପରିଲକ୍ଷିତ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button