ଦେଶ ବିଦେଶ

ଏମିତି ଗୋଟେ ଆଇଲ୍ୟାଣ୍ଡ, ଯାହା ୪୫ ବର୍ଷ ଧରି ପଡିଛି ବିରାନ, ବହୁତ ଭୟଙ୍କର ଦେଖା ଯାଏ ଏଠାକାର ଦୃଶ୍ୟ

ଦୁନିଆ ରେ ଏମିତି କିଛି ଦ୍ଵିପ ଅଛି, ଯେଉଁଠି କେବେ ଲୋକ ରହୁଥିଲେ, କିନ୍ତୁ ପରେ କୌଣସି କାରଣ ପାଇଁ ଏହା ପୁରା ସୁନସାନ ହୋଇ ଗଲା । ଏମିତି ଗୋଟେ ଦ୍ଵିପ ଜାପାନ ର ନାଗାସାକୀ ତଟ ରେ ସ୍ଥିତ ଅଟେ, ଯାହାକୁ ବ୍ୟାଟେଲଶିପ ଆଇଲ୍ୟାଣ୍ଡ ନାମ ରେ ସମସ୍ତେ ଜାଣିଛନ୍ତି । ଏହି ଦ୍ଵିପ ନାଁ ଏହାର ଆକାର ଦ୍ଵାରା ରଖା ଯାଇଛି, କାହିଁକିନା ଏହାର ଆକାର ଯୁଧପୋତ ଭଳି ଅଟେ ସେଥିପାଇଁ ଏହା ନା ବ୍ୟାଟେଲଶିପ ରଖା ଯାଇଛି ।

ଏହି ଦ୍ଵିପକୁ ହାଶୀମା ଦ୍ଵିପ ନା ରେ ମଧ୍ୟ ଲୋକ ଜାଣିଛନ୍ତି, ଏହି ଦ୍ଵିପ ନାଗାସାକୀ ଠାରୁ କେବଳ ୧୫ କିଲୋମିଟର ଦୂରରେ ଅଛି ।

ମିସ୍ତୁବିଶି ଏହି ଦ୍ଵିପକୁ ବର୍ଷ ୧୮୯୦ ରେ କିଣି ଥିଲେ ଏବଂ ଏଠାରେ ଜାପାନ ର ପ୍ରଥମ ୯ଫ୍ଲୋର କଂକ୍ରିଟ ପ୍ରାସାଦ ନିର୍ମାଣ କରେଇ ଥିଲେ । ଏହି ଦ୍ଵିପ ୧୬ ଏକର ଜାଗା ରେ ଅଛି ବର୍ଷ ୧୯୫୯ ରେ ପାଞ୍ଚ ହଜାର ଲୋକଙ୍କ ଠାରୁ ଅଧିକ ଲୋକ ଏଠାରେ ରହୁ ଥିଲେ । ସେହି ସମୟରେ ଏହି ଦ୍ଵିପ ସବୁ ଠାରୁ ଅଧିକ ଲୋକ ରହୁଥିବା ପାଇଁ ପ୍ରସିଦ୍ଧ ହୋଇ ଯାଇଥିଲା ।

ଏହି ଦ୍ଵିପ ପାଖରେ ଗୋଟେ କୋଇଲା ଖଦାନ ଥିଲା, ଯେଉଁଠି ୧୮୮୭ ଠାରୁ ୧୯୭୪ ପର୍ଯ୍ୟନ୍ତ କୋଇଲା ବାହାର କରିବାର କାମ ଚାଲିଲା, ଖଦାନ ରେ କାମ କରୁଥିବା ମଜୁରିଆ ସେହି ଦ୍ଵିପ ରେ ବାସ କରୁଥିଲେ । କିନ୍ତୁ ଖଦାନ ବନ୍ଦ ହେଲା ପରେ ଏଠାରେ କିଛି କାମ ନଥିଲା ତ ଲୋକ ଏହି ଦ୍ଵିପ ଛାଡି ପଳେଇଲେ, ତା ପର ଠାରୁ ଏହି ଦ୍ଵିପ ବିରାନ ଅଛି । ଲୋକ ଓ ଘର ଗୁଡିକ ଦେଖା ରଖା ପାଇଁ କେହି ନଥିଲେ ସେଥିପାଇଁ ଆଜି ଏହି ପ୍ରାସାଦ ଖଣ୍ଡର ଭଳି ଲାଗୁଛି । ଏଠାରେ ସ୍କୁଲ, ହସ୍ପିଟଲ ଏବଂ ରେସ୍ତ୍ରୋରେଣ୍ଟ ସବୁ ଥିଲା, କିନ୍ତୁ ଏବେ ଏଠାରେ କେବଳ ଖଣ୍ଡର ଦେଖା ଯାଉଛି ।

ଏହି ଦ୍ଵିପ ସବୁ ଆଡୁ କଂକ୍ରିଟ ଦ୍ଵାରା ମଜବୁତ ବାଉଣ୍ଡରୀ ରେ ଘେରା ଯାଇଛି, କିନ୍ତୁ ଜାପାନ ରେ ପ୍ରାୟତଃ ଆସୁଥିବା ବାତ୍ୟା ରେ ଏହାକୁ ମଧ୍ୟ ହାନି ହୋଇଛି, ଏତେ ବର୍ଷ ପରେ ଏହାର ଦୃଶ୍ୟ ବହୁତ ଭୟଙ୍କର ଦେଖା ଯାଉଛି । କେତେ ବର୍ଷ ଏହି ଦ୍ଵିପ ବନ୍ଦ ଥିଲା, ଏଠାରେ ଲୋକଙ୍କୁ ଯିବା ମନା ଥିଲା । କିନ୍ତୁ ୨୨ ଏପ୍ରିଲ ୨୦୦୯ ପରେ ଆଉ ଥରେ ବାହାର ଲୋକଙ୍କୁ ବୁଲିବା ପାଇଁ ଏହାକୁ ଖୋଲା ହୋଇଛି, କିନ୍ତୁ ବହୁତ କମ ଲୋକ ଏଠାରେ ବୁଲିବା ପାଇଁ ଆସନ୍ତି ଖବର ଅନୁଯାଇ ବହୁତ ଫିଲ୍ମ ଏହି ଜାଗାରେ ସୁଟ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button