ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଅଙ୍ଗାଙ୍ଗୀ ଭାବେ ଜଡିତ-ଜିଲ୍ଲାପାଳ
କଟକ, ୨୬/୮ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ ଆଜି ସ୍ଥାନୀୟ ଖାନନଗର ହାଇସ୍କୁଲଠାରେ ଶିକ୍ଷକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରି ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଅଙ୍ଗାଙ୍ଗୀ ଭାବେ ଜଡିତ । ଶିକ୍ଷାୟତନର ସାମଗ୍ରୀକ ସମୃଦ୍ଧି ନିମନ୍ତେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷାଦାନ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ହେଲେ ଶିକ୍ଷକମାନଙ୍କ ଚାକରି ସଂପର୍କିତ ଆପି ଅଭିଯୋଗଗୁଡିକର ତ୍ୱରିତ ସମାଧାନ ଆବଶ୍ୟକ ବୋଲି କହିଥିଲେ । କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଅଭିଯୋଗ ଶୁଣାଣିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଅମ୍ବର କୁମାର କର, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ଉପ ଜିଲ୍ଲାପାଳଙ୍କ ପ୍ରତିନିଧି ସମୀର ରଂଜନ ଦାସ, ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ମିଶନ ଜିରୋ କଟକ କେନ୍ଦ୍ର ମୁଖ୍ୟ ରଶ୍ମିତା ମିଶ୍ର, ସଂଯାଜିକା ଲୋପାମୁଦ୍ରା ମିଶ୍ରଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୂୁ ମହାପାତ୍ର ଉପସ୍ଥିତ ଥିଲେ ।