କ୍ରୀଡା

ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଦୌଡ଼ରେ ଜାଡେଜା

ଦୁବାଇ: ଭାରତୀୟ ଦଳର ଷ୍ଟାର ଖେଳାଳି ତଥା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ଭାବେ ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାଡେଜାଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡ଼ରେ ଇଂଲଣ୍ଡ ଦଳର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଓ ୱେଷ୍ଟଇଣ୍ଡିଜ୍ ବୋଲର ଗୁଦାକେଶ ମୋତି ମଧ୍ୟ ଅଛନ୍ତି।

ଦୀର୍ଘ ଦିନ ଧରି ପଡ଼ିଆରୁ ଦୂରେଇ ରହିବା ପରେ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରୁ ଜାଡେଜା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ । ଜାଡେଜା ପ୍ରତ୍ୟାବର୍ତ୍ତନ ପରଠୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜାଡେଜା ଏହି ଉଚ୍ଚ ଚଳିତ ସିରିଜର ପ୍ରଥମ ୩ଟି ମ୍ୟାଚରେ ୨୧ଟି ୱିକେଟ୍ ନେଇଛନ୍ତି । ଏଥିମଧ୍ୟରୁ ଫେବୃଆରୀ ମାସରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ସେ ୧୭ଟି ୱିକେଟ୍ ନେଇଥିଲେ ଏବଂ ଦୁଇଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ ।

ସେହିପରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଫେବୃଆରୀରେ ବଢ଼ିଆ ପ୍ରଦର୍ଶନ କରିଥିଲେ । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ସହ ମୋଟ ୨୨୯ ରନ୍ କରିଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ସ୍ପିନର ଗୁଦାକେଶ ମୋତି ଜିମ୍ବାୱେ ବିପକ୍ଷ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚରେ ୧୩ଟି ଓ୍ବିକେଟ୍ ନେବା ସହ ସିରିଜରେ ମୋଟ ୧୯ଟି ଓ୍ବିକେଟ୍ ନେଇଥିଲେ ।

ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ମହିଳା ବର୍ଗରେ ବିଶ୍ବର ଏକ ନମ୍ବର ଟି-୨୦ ଖେଳାଳି ଅଷ୍ଟ୍ରେଲିଆର ଆଶଲେ ଗାର୍ଡନର୍, ଇଂଲଣ୍ଡ ଦଳର ଅଲରାଉଣ୍ଡର ଖେଳାଳି ନାଟ ସ୍କିଭର ବ୍ରଣ୍ଟ ଏବଂ ଦକ୍ଷିଣ ଆଫ୍ରିକାର ଲୌରା ଉଲଭାର୍ଟଙ୍କୁ ମନୋନୀତ ହୋଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button