ବିଚାର

ଗୁରୁବାରରେ ଜପନ୍ତୁ ସାଇବାବାଙ୍କ ଏହି ମନ୍ତ୍ର

ଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ବାବାଙ୍କ ସାମ୍ନାରେ ହାତ ଯୋଡ଼ି ହୃଦୟର ସମସ୍ତ ବ୍ୟଥା ଜଣାଇବା ଦ୍ୱାରା ବାବା ଆପଣଙ୍କ କଷ୍ଟ ଲାଘବ କରିବା ସହ ଆପଣଙ୍କ ସମସ୍ତ ମନୋବାଞ୍ଚା ପୂରଣ କରିଥାନ୍ତି । ଗୁରୁବାର ଦିନ ସାଇ ମନ୍ଦିରରେ ବାବାଙ୍କ ଦର୍ଶନ କରିବା ବହୁତ ଫଳଦାୟୀ ଅଟେ । ଯଦି କେହି ସାଇଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତ କିଛି ମନ୍ତ୍ର ଦ୍ୱାରା ବାବାଙ୍କୁ ପ୍ରସନ୍ନ କରିପାରିବେ । ବାବାଙ୍କ ଏହି ମନ୍ତ୍ରକୁ ଜପ କଲେ ଖୁବ୍ ଶୀଘ୍ର ମିଳିଥାଏ ସାଇବାବାଙ୍କ କୃପା ମିଳିଥାଏ । ଜପ କରନ୍ତୁ ଏହି ସାଇ ମନ୍ତ୍ର :-
ଓଁ ସାଇ ରାମ୍
ଓଁ ସାଇ ଗୁରୁବାୟ ନମଃ
ଓଁ ସାଇ ନମୋ ନମଃ
ଓଁ ସାଇ ଦେବାୟ ନମଃ
ଓଁ ଶିରିଡି ଦେବାୟ ନମଃ
ଓଁ ସମାଧି ଦେବାୟ ନମଃ

ଓଁ ସର୍ବଦେବାୟ ରୂପାୟ ନମଃ
ଓଁ ଶିରିଡି ବାସାୟ ବିଦମହେ ସଚ୍ଚିଦାନନ୍ଦାୟ ଧୀମହି ସାଇଁ ପ୍ରଚୋଦୟାତ୍
ଓଁ ମାଲିକାୟ ନମଃ
ଜୟ ଜୟ ସାଇରାମ
ଏସବୁ ମନ୍ତ୍ର ବ୍ୟତୀତ ଆପଣ ଗୁରୁବାର ଦିନ ଛୋଟ ପିଲା,ବୃଦ୍ଧ ବ୍ୟକ୍ତି ବିଶେଷଙ୍କୁ,ତଥା ବୁଲା ଜୀବଜନ୍ତୁ ମାନଙ୍କୁ କିଛି ଖାଦ୍ୟ ଭୋଗ ଆକାରରେ ପ୍ରଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବାବାଙ୍କ ଅସୀମ କୃପା ଲାଭ ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button