IND Vs SL: ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଲେ ଏହି ୨ ଖେଳାଳି; ଜାଣନ୍ତୁ….

କେ.ଏଲ୍ ରାହୁଲଙ୍କ ସହ ଅନ୍ୟାୟ?
କେଏଲ ରାହୁଲଙ୍କୁ ପ୍ଲେଇଙ୍ଗ ଇଲେଭେନ୍ରୁ ବାଦ ଦେବା ଅତ୍ୟନ୍ତ ଅଦ୍ଭୁତ ନିଷ୍ପତ୍ତି। କାରଣ ସେ ପ୍ରଥମ ODI ରେ ଭଲ ବ୍ୟାଟିଂ କରିଥିଲେ ହେଁ ଟିମ୍ ଇଣ୍ଡିଆ ସେହି ମ୍ୟାଚ୍ ଜିତି ପାରି ନଥିଲା। ସେ ଦ୍ୱିତୀୟ ଦିନିକିଆରେ ଫ୍ଲପ୍ ହୋଇଥିଲେ କିନ୍ତୁ ବଡ କଥା ହେଉଛି ତାଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଦିଆଯାଇଥିଲା। କେବଳ ଏତିକି ନୁହେଁ ଗତ ଦୁଇ ମ୍ୟାଚ୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଟିମ୍ ଇଣ୍ଡିଆ ଏହାର ଷ୍ଟ୍ରାଇକ୍ ବୋଲର ଅର୍ଶଦୀପ ସିଂଙ୍କୁ ଛାଡି ଦେଇଛି। ଟିମ୍ ଇଣ୍ଡିଆ ତୃତୀୟ ଟି -୨୦ ରେ କେବଳ ଜଣେ ବିଶେଷଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସହ ପଡ଼ିଆରେ ପ୍ରବେଶ କରିଥିଲେ ।
ପ୍ଲେଇଙ୍ଗ ଇଲେଭେନରେ ୯ଜଣ ବ୍ୟାଟ୍ସମ୍ୟାନ୍
ତୃତୀୟ ଦିନିକିଆରେ ଭାରତୀୟ ଦଳ ଏପରି ୯ ଜଣ ଖେଳାଳିଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ଦେଇଛଇ, ଯିଏ ବ୍ୟାଟିଂ କରିପାରିବ। ରୋହିତ ଶର୍ମା, ଶୁଭମାନ ଗିଲ, ବିରାଟ କୋହଲିଙ୍କ ବ୍ୟତୀତ ଏହି ଦଳରେ ଋିଷଭ ପନ୍ତ, ଶ୍ରେୟସ ଆୟର, ରିଆନ ପାରାଗ, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଭଳି ଖେଳାଳି ଅଛନ୍ତି ଯେଉଁମାନେ ବ୍ୟାଟିଂ କରିପାରିବେ। ଏହା ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ଟିକେ ବ୍ୟାଟିଂ କରନ୍ତି। ପ୍ଲେଇଙ୍ଗ ଇଲେଭେନରେ ମହମ୍ମଦ ସିରାଜ ଏକମାତ୍ର ଖେଳାଳି, ଯାହାର ବ୍ୟାଟ୍ସମ୍ୟାନ୍ ଭାବରେ ପରିସଂଖ୍ୟାନ ବହୁତ ଖରାପ ଅଟେ। ଟିମ୍ ଇଣ୍ଡିଆର ଏହି ପ୍ଲେଇଙ୍ଗ ଇଲେଭେନରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ରଥମ ଦୁଇଟି ଦିନିକିଆରେ ବ୍ୟାଟିଂ ବିଫଳତାକୁ ନେଇ ଚିନ୍ତିତ ଥିଲା ଏବଂ ସେଥିପାଇଁ ଏହା ତୃତୀୟ ଦିନିକିଆରେ ୯ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ସୁଯୋଗ ଦେଇଥିଲା।
ଭାରତର ପ୍ଲେଇଙ୍ଗ ଇଲେଭେନ – ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଋିଷଭ ପନ୍ତ, ଶ୍ରେୟାସ ଆୟର, ରିଆନ ପାରାଗ, ଶିବମ ଦୁବେ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ।