କ୍ରୀଡା

୫ମ ଟି-୨୦: ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ, ୱେଷ୍ଟଇଣ୍ଡିଜ୍‌ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ – Utkal Mail


ଲୌଡରହିଲ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଟି-୨୦ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି। ଫ୍ଲୋରିଡାର ଲୌଡରହିଲ୍‌ରେ ଖେଳାଯାଉଥିବା ଶୃଙ୍ଖଳାର ପଞ୍ଚମ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି। ଫଳରେ ୱେଷ୍ଟଇଣ୍ଡିଜ୍‌କୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଭାରତର ପାଳି ଆରମ୍ଭ କରିଥିଲେ ଯଶସ୍ବୀ ଜୟସ୍ବାଲ (୫ରନ୍‌) ଓ ଶୁବମନ ଗିଲ୍‌ (୯ରନ୍‌)। ମାତ୍ର ଉଭୟ ପ୍ରାରମ୍ଭିକ ବ୍ୟାଟର ଶନିବାର ଭଳି ଭଲ ପ୍ରଦର୍ଶନ କରିପାରି ନଥିଲେ। ଜୟସ୍ବାଲ ଓ ଗିଲ୍‌ ଅତି ଶସ୍ତାରେ ଅକେଇଲ ହୋସେନ୍‌ଙ୍କ ହାତରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରି ଆସିଥିଲେ। ଭାରତ ୬ ରନ୍‌ରେ ଜୟସ୍ବାଲ ଓ ୧୭ ରନ୍‌ରେ ଗିଲ୍‌ଙ୍କୁ ହରାଇ ଥିଲା। ତୃତୀୟ ୱକେଟ୍‌ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ୪୯ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ତିଲକ ବ୍ୟକ୍ତିଗତ ଭାବେ ୨୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଭାରତୀୟ ବ୍ୟାଟରମାନଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଯାଦବ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିଥିଲେ। ସେ ୪୫ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସଂଜୁ ସାମସନ୍‌ ୧୩, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୪, ଅର୍ଶଦୀପ ସିଂହ ୮ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୩ ରନ୍‌ ଓ ୟୁଜବେନ୍ଦ୍ର ଚହଲ (ଶୂନ୍ୟ ରନ୍‌) ଓ ମୁକେଶ କୁମାର (୪ରନ୍‌) ଅପରାଜିତ ରହି ପାଭଲିଅନକୁ ଫେରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button