କ୍ରାଇମ
ଟିକସ୍ ଫାଙ୍କି: ସୁନ୍ଦରଗଡ଼ର ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଜାରି – Utkal Mail
ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ବଡ଼ ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ସମ୍ବଲପୁର ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଟିକସ୍ ଫାଙ୍କି ଅଭିଯୋଗରେ ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚାସ୍ଥ ଘର, ତତ୍ ସଂଲଗ୍ନ ଅଫିସ ସହ ସର୍ଗିପାଲି ଦେଶୀ ମଦ ଭାଟିରେ ଏକକାଳୀନ ଚଢ଼ାଉ ଚାଲିଛି। ମଧ୍ୟ ରାତ୍ରରେ ଚଢ଼ଉ ସ୍ଥଗିତ ରଖିଥିବା ଟିମ୍ ଆଜି ସକାଳୁ ପୁଣି ଘରେ ପହଞ୍ଚି କାଗଜପତ୍ର ଯାଞ୍ଚ କରୁଛନ୍ତି। ଚଢ଼ଉ ଜାରି ରହିଥିବାରୁ କେତେ ପରିମାଣର ଟିକସ ଫାଙ୍କି ହୋଇଛି ତାହା ଜଣା ପଡ଼ିନାହିଁ କି ଏ ସମ୍ପର୍କରେ ଆୟକର ବିଭାଗ ମୁହଁ ଖୋଲି ନାହିଁ।
ସାରା ରାଜ୍ୟରେ ମଦ ବ୍ୟବସାୟୀମାନଙ୍କ ଘରେ ଆୟକର ଚଢ଼ଉ ଜାରି ରଖିଥିବାବେଳେ ୨ ଶହ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ବାହାର ରାଜ୍ୟର ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।