ଦେଶ ବିଦେଶ

ଟାରିଫ ଝଡ଼: ଆମେରିକାକୁ ପାନେ ଦେବାକୁ ଭାରତ ସହ ହାତ ମିଳାଇବାକୁ ଚାହୁଁଛି ଚୀନ

ୱାସିଂଟନଡିସି: ଆମେରିକା ବିଭିନ୍ନ ଦେଶ ଉପରେ ଟାରିଫ୍ ଲଗାଇବା ପରେ ଆମେରିକା ଉପରେ ଅନେକ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି, ଖାସକରି ଚୀନ୍ । ଆମେରିକା ଚୀନ୍ ଉପରେ ଟାରିଫ୍ ଲଗାଇବା ପରେ ଚୀନ୍ ଉତ୍ତେଜିତ ହୋଇ ଉଠିଛି । ଆମେରିକାକୁ ଯୁଦ୍ଧ ଧମକ ମଧ୍ୟ ଦେଇଛି । ଏହାରି ଭିତରେ ଭାରତ କିନ୍ତୁ ଶୁଳ୍କ ହ୍ରାସ କରିବା ପାଇଁ ରାଜି ହୋଇଯାଇଥିବା ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଶୁଳ୍କ ଲଗାଇବା କ୍ଷେତ୍ରରେ ଆମେରିକା ଯେସାକୁ ତେସା ନୀତି ଆପଣାଇଛି । ଗତ କିଛିଦିନ ଦଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଭାରତ ଆମେରିକା ଉପରେ ବହୁତ ଅଧିକ ଶୁଳ୍କ ଲଗାଉଛି । ତେଣୁ ଭାରତରେ ବ୍ୟବସାୟ ସମ୍ଭବ ନୁହେଁ । ପୂର୍ବରୁ ଟ୍ରମ୍ପ ଏହା ମଧ୍ୟ କହିଥିଲେ କି, ୨ ଏପ୍ରିଲ୍ ୨୦୨୫ ରୁ ଆମେରିକାଠାରୁ ଅଧିକ ଟିକସ ଆଦାୟ କରୁଥିବା ସମସ୍ତ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରାଯିବ । କାରଣ ଏହି ଶୁଳ୍କ ଆମେରିକୀୟ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ।

ଚୀନ୍ ଚାହୁଁଛି ଭାରତର ସମର୍ଥନ । ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ଭାରତ ଏବଂ ଚୀନ୍ ମିଳିତ ଭାବରେ କାମ କରିବାକୁ ଏବଂ ଆଧିପତ୍ୟବାଦ ଏବଂ କ୍ଷମତା ରାଜନୀତିକୁ ବିରୋଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ଯେ ଯଦି ଚୀନ୍ ଏବଂ ଭାରତ ହାତ ମିଳାନ୍ତି, ତେବେ ଅନ୍ତର୍ଜାତୀୟ ବ୍ୟାପାରରେ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଏକ ଶକ୍ତିଶାଳୀ ଗ୍ଲୋବାଲ୍ ସାଉଥ୍ ପାୱାର ସମ୍ଭାବନା ବଢିବ । ଗ୍ଲୋବାଲ୍ ସାଉଥ୍ ସେହି ଦେଶଗୁଡ଼ିକୁ ବୁଝାଏ ଯେଉଁମାନଙ୍କୁ ପ୍ରାୟତଃ ବିକାଶଶୀଳ, କମ୍ ବିକଶିତ, କିମ୍ବା ଅନୁନ୍ନତ ବୋଲି କୁହାଯାଏ ଏବଂ ସେମାନେ ମୁଖ୍ୟତଃ ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାରେ ଅବସ୍ଥିତ।

ଶୁଳ୍କକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ବର୍ତ୍ତମାନ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଶୁଳ୍କ ଯୁଦ୍ଧ ପାଇଁ ଚୀନ୍ ପ୍ରସ୍ତୁତ ଥିବା ଚେତାବନୀ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏବେ ଉଭୟ ଦେଶ ଏହାକୁ ନେଇ ଖୋଲାଖୋଲି ମୁହାଁମୁହିଁ ହୋଇଛନ୍ତି । ଆମେରିକା ଚୀନ୍ ଆମଦାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଘୋଷଣା କରିଛି, ଏହା ପରେ ଚୀନର ନଜର ଭାରତ ଉପରେ ରହିଛି । ଭାରତ ସହ ହାତ ମିଳାଇବାକୁ ଚାହୁଁଛି ଚୀନ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button