ଓଡିଶା

ଶ୍ରମ ଆଇନର ସଂଶୋଧନ ପ୍ରତିବାଦରେ ଆନ୍ଦୋଳନକୁ ତୀବ୍ର କରିବାକୁ ଟି.ୟୁ.ସି.ସି ରାଜ୍ୟ କନ୍‌ଭେନ୍‌ସନ୍‌ରେ ଆହ୍ୱାନ

ଭୁବନେଶ୍ୱର,(୨୭/୦୮/୨୦୨୨): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଶ୍ରମିକ ସଂଗଠନ
ଟ୍ରେଡ଼୍ ୟୁନିୟନ୍ କୋ- ଅର୍ଡ଼ିନେଶନ୍ ସେଂଟର (ଟି.ୟୁ.ସି.ସି), ଓଡ଼ିଶା ରାଜ୍ୟ କନ୍‌ଭେନ୍‌ସନ୍ ଆଜି ଭୁବନେଶ୍ୱରସ୍ଥ ନେତାଜୀ ଭବନ ଠାରେ
ଅନୁଷ୍ଠିତ ହେଇଯାଇଅଛି । ଟି.ୟୁ.ସି.ସି. ର ରାଜ୍ୟ ଆବାହକ ଜ୍ୟୋତି ରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନ୍‌ଭେନ୍‌ସନ୍‌କୁ ଟି.ୟୁ.ସି.ସି.ର ସର୍ବଭାରତୀୟ ସଭାପତି କମ୍ରେଡ଼ ପ୍ରବିର୍ ବାନାର୍ଜି ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉôଦଘାଟନ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଶ୍ରମଜିବୀ ମଣିଷ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଦରଦାମ ବୃଦ୍ଧି ସାଙ୍ଗକୁ ବିଭିନ୍ନ ଜନ ବିରୋଧି ନିଷ୍ପତି ଫଳରେ ଶ୍ରମଜୀବି ମଣିଷ ନାହିଁ ନଥିବା କଷ୍ଟ ଭୋଗ କରୁଛନ୍ତି । ଶ୍ରମ ଆଇନରେ ସଂଶୋଧନ ଆଣି ଶ୍ରମିକର ଅଧିକାରକୁ ଛଡ଼େଇ ନେବାକୁ ଚକ୍ରାନ୍ତ ଚାଲିଛି । କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ବଜେଟ୍‌ରେ ବ୍ୟୟବରାଦ ହ୍ରାସ କରିଛନ୍ତି । ସ୍ଥାୟୀ ନିଯୁକ୍ତି ପରିବର୍ତେ ଠିକା ନିଯୁକ୍ତି ପ୍ରକ୍ରୀୟାକୁ ସାରା
ଦେଶରେ ତ୍ୱରାନୀତ କରାଉଛନ୍ତି ସରକାର । ଶ୍ରମ ଆଇନରେ ସଂଶୋଧନ କରି ଚାରି ଗୋଟି ଶ୍ରମ କୋଡ଼ ପ୍ରଚଳନ ସହ ଆଠ ଘଂଟା ପରିବର୍ତେ ୧୨ ଘଂଟିଆ କାର୍ଯ୍ୟ ଦିବସ ପାଇଁ ନିଷ୍ପତି ଶ୍ରମଜୀବି ମଣିଷର ଅଧିକାର ଉପରେ ସକ୍ତ ପ୍ରହାର । କଳକାରଖାନାମାନଙ୍କରେ ଶ୍ରମିକ ଛଟେଇ ଏକ ନିୟମିତ ଘଟଣାରେ ପରିଣତ ହୋଇଛି । ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଶାଗମାଛ ଦରରେ ବିକ୍ରି କରାଯାଉଛି । ଦେଶରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏସବୁର ମୁକାବିଲା କରି ଶ୍ରମଜୀବି ମଣିଷଙ୍କର ସ୍ୱାର୍ଥ ସାଧନ କରିବା ପରିବର୍ତେ କର୍ପୋରେଟ ସପକ୍ଷବାଦୀ ନୀତି ଆପଣାଉଛନ୍ତି କେନ୍ଦ୍ରର ମୋଦି ସରକାର । ଅନୁରୂପ ଭାବରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣକରି ଶ୍ରମିକ ଶ୍ରେଣୀର ସ୍ୱାର୍ଥ ବିରୋଧି ଆଇନଗୁଡ଼ିକୁ ଅଗ୍ରାଧିକାର ଭିର୍ତିରେ କାର୍ଯ୍ୟକାରୀ କରାଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୋଧରେ ଟି.ୟୁ.ସି.ସି.ର କର୍ମୀମାନେ ଶ୍ରମଜୀବି ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ସଂକଳ୍ପ ବଦ୍ଧ ହୋଇ ଆନ୍ଦୋଳନ ଗଢ଼ି
ତୋଳିବାକୁ ନିଜ ଉଦ୍‌ଘାଟନୀ ବକ୍ତବ୍ୟରେ ଟି.ୟୁ.ସି.ସି.ର ଜାତୀୟ ସଭାପତି ପ୍ରବିର ବାନାର୍ଜି ଆହ୍ୱାନ କରିଛନ୍ତି ।
ଏହି କନ୍‌ଭେନ୍‌ସନ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଇ.ଏନ୍‌.ଟି.ୟୁ.ସି.
ର ରାଜ୍ୟ ନେତା କିଶୋର ଜେନା,ଏଚ୍‌.ଏମ୍‌.ଏସ୍‌. ର ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ସି.ଆଇ.ଟି.ୟୁ. ର ରାଜ୍ୟ ନେତା ଦୁଷ୍ମନ୍ତ ଦାସ,ଏ.ଆଇ.ୟୁ.ଟି.ୟୁ.ସି. ର ରାଜ୍ୟ ସମ୍ପାଦକ ଜୟସେନ୍ ମେହେର, ଏ.ଆଇ.ସି.ସି.ଟି.ୟୁ. ର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଏଲ୍‌.ପି.ଏଫ୍‌.ର ରାଜ୍ୟ ସଭାପତି ବିରେନ୍ଦ୍ର ପ୍ରତାପ ଦାସ ଶ୍ରମିକ ଶ୍ରେଣୀ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ଏହି କନ୍‌ଭେନ୍‌ସନ୍‌ରେ ଟି.ୟୁ.ସି.ସି. ର ଏକ ୩୭ ଜଣିଆ ରାଜ୍ୟ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଥିଲା । ଏହି ନୂତନ କମିଟିର ସଭାପତି ଭାବରେ ଜ୍ୟୋତି ରଂଜନ ମହାପାତ୍ର ଓ ସାଧାରଣ ସଂପାଦକ ଭାବରେ ସୁଶିଲ୍ ଥାନପତି,ଉପସଭାପତି ରୂପେ ଲକ୍ଷ୍ମୀଧର ଗିରି, ଶମ୍ଭୁ ପ୍ରସାଦ ମହାନ୍ତି, ସନ୍ତୋଷ ସାହୁ ଏବଂ ରାଜ୍ୟ ସଂପାଦକ ଭାବରେ କମଳା ସାହୁ, ନିରଞ୍ଜନ ରାଉତ, କେସେ ବଡ଼ନାୟକ, ଆଲୋକ ମହାପାତ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହି କନ୍‌ଭେନ୍‌ସନ୍‌ରେ ଆଜାଦ୍ ହିନ୍ଦ ବାହିନୀର ରାଜ୍ୟ ନେତ୍ରୀ ଲକ୍ଷ୍ମୀ ଦୋରା, ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍‌ର ରାଜ୍ୟ ଆବାହକ ନାରାୟଣ ଡ଼ାଳୁଆ, ଅଗ୍ରଗାମୀ କିଷାନ ସଭାର ରାଜ୍ୟ ନେତା ସର୍ବେଶ୍ୱର ମିଶ୍ର ପ୍ରମୁଖ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ । କନ୍‌ଭେନ୍‌ସନ୍‌ର ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତ୍ରୀ ଶାନ୍ତିଲତା ମହାରଣା ଟି.ୟୁ.ସି.ସି. ପତାକାକୁ ଉତୋଳନ କରିଥିବା ବେଳେ ଶ୍ରମିକ ନେତ୍ରୀ ଦେବକୀ ଖୁଂଟିଆ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅବସରରେ ଟି.ୟୁ.ସି.ସି.ର ପତାକାକୁ ଅବତରଣ କରି ନବ ନିର୍ବାଚିତ ସାଧାରଣ ସଂପାଦକ ସୁଶିଲ୍ ଥାନପତିଙ୍କୁ ପ୍ରଦାନ କରିଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button