ଓଡିଶା

ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାଲିଗୁଡା : ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ । ବାଇକକୁ ବଞ୍ଚାଇବାକୁ ଯାଇ ବ୍ରେକ ମାରିବାରୁ ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରକ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟି ନିକଟରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର । ଫୁଲବାଣୀରୁ କଳାହାଣ୍ଡି ଅଭିମୁଖେ ଟ୍ରକ ଯାଉଥିବା ବେଳେ କୁର୍ତମଗଡ଼ ପଟୁ ବାଇକ ଦ୍ରୁତ ଗତିରେ ଆସୁଥିବା ବେଳେ ବାଇକ ଚାଳକକୁ ବଞ୍ଚେଇବାକୁ ଯାଇ ଟ୍ରକ ବ୍ରେକ ମାରିଥିଲା । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button