ଓଡିଶା

ଜିଲ୍ଲାକୁ ଯୋଗାଣ କରାଯିବ ୩୫୭ଟି ଟ୍ରାକ୍ଟର ଓ ପାୱାର ଟିଲର

କଟକ, ୨୭/୮ ଚଳିତ ୨୦୨୨-୨୩ ଆର୍ôଥକ ବର୍ଷର ଶେଷ ସୁଦ୍ଧା କଟକ ଜିଲ୍ଲାର ସମସ୍ତ ୧୪ଟି ଯାକ ବ୍ଲକର ଚାଷ କାର୍ଯ୍ୟର ସୁବିଧା ସୁଯୋଗ ପାଇଁ ୩୫୭ଟି ଟ୍ରାକ୍ଟର ଓ ପାୱାର ଟିଲର ରିହାତି ମୂଲ୍ୟରେ ଯୋଗାଣ କରାଯିବ । ସେଥିମଧ୍ୟରୁ ୪୩ଟି ଟ୍ରାକ୍ଟର ରହିଥିବା ବେଳେ ୩୧୪ଟି ପାୱାର ଟିଲର ରହିଛି । ତେବେ ରାଜ୍ୟ ସରକାର ଏହି ବର୍ଷ ଶେଷ ମଧ୍ୟରେ ଇଚ୍ଛୁକ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଉଭୟ ଟ୍ରାକ୍ଟର ଓ ପାୱାର ଟିଲର ଯୋଗାଇଦେବା ଲାଗି ଜିଲ୍ଲା କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ସାଧାରଣ ବର୍ଗଙ୍କ ପାଇଁ ୩୦ଟି, ଏସସି, ଏସଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୧୪ଟି ଟ୍ରାକ୍ଟର ଉଦ୍ଦିଷ୍ଟ ଥିଲା ବେଳେ ୫ ମାସ ମଧ୍ୟରେ ୧୧ଟି ଟ୍ରାକ୍ଟର ନେବା ପାଇଁ ବୁକିଂ ସରିଛି । ସେଥିରୁ ୧୦ ଜଣ ଚାଷୀଙ୍କୁ ପର୍‌ମିଟ୍ ଦିଆଯାଇଥିଲା ବେଳେ ଅବଶିଷ୍ଟ ୩୨ ଜଣ ଚାଷୀଙ୍କୁ ବର୍ଷ ଶେଷ ସୁଦ୍ଧା ଏହି ଟ୍ରାକ୍ଟର ଯୋଗାଇ ଦିଆଯିବ ବୋଲି କୃଷି ନିର୍ବାହୀ ଯନ୍ତ୍ରୀ ଦେବଦ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ସେହିଭଳି ଜିଲ୍ଲାର ସମସ୍ତ ବ୍ଲକର ଚାଷୀମାନଙ୍କୁ ୩୧୪ଟି ରିହାତି ମୂଲ୍ୟର ପାୱାର ଟିଲର ଯୋଗାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏବେସୁଦ୍ଧା ୧୦୨ ଜଣ ଇଚ୍ଛୁକ ଚାଷୀ ପାୱାର ଟିଲର ପାଇଁ ବୁକିଂ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ୯୯ ଜଣଙ୍କୁ ପରମିଟ୍ ଦିଆଯାଇସାରିଲାଣି । ଅବଶିଷ୍ଟ ୮୭ ଜଣ ଇଚ୍ଛୁକ ଚାଷୀଙ୍କୁ ରିହାତି ମୂଲ୍ୟରେ ଏହି ପାୱାର ଟିଲର ଯୋଗାଇ ଦିଆଯିବ ବୋଲି ଇଂ ମହାପାତ୍ର କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button