ଜୀବନଶୈଳୀ

ଦାନ୍ତ ଜନିତ ସମସ୍ୟା ଦୂର କରିବା ଖାଆନ୍ତୁ ଏହି ଜିନିଷ ? ଦେଖନ୍ତୁ ଏନେଇ କଣ କହୁଛନ୍ତି Dr Guruprasad Dash

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କିଛି ଏମିତି ଡାଏତ ରହିଛି ଯାହା ଦ୍ଵାରା ଦାନ୍ତ ଜନିତ ସମସ୍ୟା ଅଧିକ ଦେଖା ଯାଇଥାଏ । ଏମିତି କିଛି ଡାଏଟ ରହିଛି ଯାହା ଦ୍ଵାରା ଦନ୍ତ ଜନିତ ସମସ୍ୟା କୁ ନିୟନ୍ତ୍ରଣ କରି ହେବ । ଦାନ୍ତ ସମସ୍ୟା ଏମିତି ଏକ ସମସ୍ୟା ଯାହା ଦ୍ଵାରା ବ୍ୟକ୍ତି ଅନେକ କଷ୍ଟ ଅନୁଭବ କରିଥାଏ । ଦାନ୍ତ ବିନ୍ଧା ହେଉ ବା ମାଢି ଫୁଲିବା ହେଉ ବା ଦାନ୍ତ ପୋକ ଖାଇବା ହେଉ ଏହା ଦ୍ଵାରା ବ୍ୟକ୍ତି ଅନେକ ସମସ୍ଯାର ସମୁଖିନ୍ନ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଡାଏଟ ପ୍ଳାନ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଦାନ୍ତ ସମସ୍ଯାକୁ ଦୂରେଇ ହେବ । ପ୍ରାୟତ ଛୋଟ ପିଲା ମାନଙ୍କ ଠାରେ ଦାନ୍ତ ସମସ୍ଯା ଅଧିଆକ ଦେଖା ଯାଇଥାଏ । କାରଣ ଅଧିକ ମିଠା ଜାତୀୟ ଖାଦ୍ୟ ବା ଜଙ୍କ ଫୁଡ ଖାଇଲେ ଏହା ହୋଇଥାଏ । ଛୋଟ ପିଲାଙ୍କ ଦାନ୍ତ ଉଠିବା ଠାରୁ ପଡିବା ଯାଏଁ ଦାନ୍ତ ଷ୍ଟ୍ରଙ୍ଗ ହେବା ନିହାତି ଜରୁରୀ ହୋଇଥାଏ ।

ଯେମିତିକି ଫସଫରସ, କ୍ୟାଲସିୟମ, ମ୍ୟାଗ୍ନେସିୟମ ର ଦାନ୍ତ ମଜବୁତ ରହିବା ପାଇଁ ନିହାତି ଆବଶ୍ୟକ ରହିଛି । ତେଣୁ ଛୋଟ ପିଲା ମାନଙ୍କୁ ଡାଏଟ ରେ ଅଧିକ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଉଚିତ । ଯେମିତିକି ରାଗି, ମାଣ୍ଡିଆ, ଛୋଟ ମାଛ, ସୋୟାବିନ, ବିଭିନ୍ନ ପ୍ରକାରର ଡାଲି ଆଦି ପିଲା ମାନଙ୍କୁ ଦେବା ଉଚିତ । ଏହି ସବୁରେ କିଛି ପରିମାଣରେ ଫସଫରସ ଓ ମ୍ୟାଗ୍ନେସିୟମ ମିଳିଥାଏ ।

ଏହା ସହ ଜିଙ୍କ ର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଦାନ୍ତ ଜନିତ ସମୟା ଦୂର କରିବା ପାଇଁ । ଏହା ସହ ଭିଟାମିନର ମଧ୍ୟ ଆବଶ୍ୟକତା ରହିଛି ଯାହା ଆମ ଦାନ୍ତକୁ ଅଧିକ ମଜବୁତ କରିଥାଏ । ଏନାମାଲସ ଷ୍ଟ୍ରଙ୍ଗ କରିବା ପାଇଁ କ୍ୟାଲସିୟମ ଓ ଫାଶଫରସ ର ଆବଶ୍ୟକତା ରହିଛି ।

ଅନ୍ୟ ଖାଦ୍ୟ ଗୁଡିକରେ ମଧ୍ୟ ଡାଏଟ ଦ୍ଵାରା ଦାନ୍ତ ସମସ୍ୟାକୁ ନିୟନ୍ତ୍ରଣ କରି ହେବ । କିନ୍ତୁ ସବୁଠାରୁ ଅଧିକ ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ଜିଙ୍କ ଜାତୀୟ ଖାଦ୍ଯ ଖାଇବା ଉଚିତ । ତେଣୁ ଦାନ୍ତର ଠିକ ଭାବେ ଯତ୍ନ ନେଲେ କୌଣସି ସମସ୍ଯା ଦେଖାଯାଏ ନାହି । ଯେମିତକି ପ୍ରତେକ ଦିନ ଦୁଇ ଥର ବ୍ରସ କରିବା ଉଚିତ ।

ଏହା ସହ ଖାଇବା ପରେ ଭଲ ଭାବେ କୁଲି କରି ଦାନ୍ତ ସଫା କରିବା ଉଚିତ । ଯେମିତିକି ଦାନ୍ତରେ କୌଣସି ଖାଦ୍ୟ ଜମା ନ ରୁହେ । ଏପରି ହେବା ଦ୍ଵାରା ଦାନ୍ତ କଳା ବା ହଳଦିଆ ପଡିଥାଏ । ଏମିତିକି ଦାନ୍ତ ପୋକ ମଧ୍ୟ ଦେଖାଯାଏ । ତେଣୁ ବିଭିନ୍ନ ପ୍ରକାରର ଭିଟାମିନ ଯୁକ୍ତ ଖାଦ୍ଯର ମଧ୍ୟ ସେବନ କରିବା ଉଚିତ ଯାହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button