ଓଡିଶା

ସମାଧିରୁ ଶବ ଗାଏବ ଗାଁରେ କୋକୁଆ ଭୟ

ମଶାଣି ରେ ସମାଧି ରୁ ଶବ ଗାଏବ | ଏକା ସାଙ୍ଗରେ ଅନେକ ସମାଧିରୁ ଶବ ନେଇଯାଇଥିବା ଅଭିଯୋଗ ହୋଇଛି | କିଛି ଦୂରରେ ମୃତକଙ୍କ ପିନ୍ଧା ଲୁଗା ଓ ଶରୀରର ଅବଶିଷ୍ଟାଂଶ ପଡିଛି ଯଦି ଶବ ଚୋରି ଘଟଣା ସତ ହୁଏ ,ତେବେ ଏହା କୌଣସି ଲୋକର କାମ ଭାବି ଭୟଭିତ ଗ୍ରାମବାସୀ।ଆସନ୍ତୁ ଜାଣିବା ଭଦ୍ରକ ଜିଲ୍ଲା ମଣିନାଥପୁର ସ୍ଥିତ ମଶାଣିରୁ ସତ ଘଟଣା |
ଏହି ସ୍ଥାନ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁରର ମଶାଣି | ବୈତରଣୀ ନଦୀ ପଠା ନିକଟ ଥିବା ଏହି ମଶାଣିରେ ଏବେ ଅନେକ ସମାଧି ରହିଛି । କିନ୍ତୁ ଏବେ ଗାଁ ଲୋକେ ଭୟଭୀତ, କାରଣ କିଏ କାଳେ ସମାଧି ଭିତରୁ ଶବ ଚୋରି କରୁଛି ୩ ଜଣଙ୍କର ସମାଧିରେ ଶବ ନଥିବା କହିଛନ୍ତି ଗ୍ରାମବାସୀ । କାରଣ ଏହି ୩ ମୃତଦେହର ସମାଧିର ମାଟି ବହୁ ଉଚ୍ଚରେ ଥିବା ବେଳେ ଏବେ ହଠାତ ଖାଲ ହୋଇ ଯାଇଛି | ମାଟି ସବୁ ଖୋଲିବା ପରେ ପୁଣି ଥରେ ସଜାଇ ରଖାଯାଇଛି ବୋଲି କହନ୍ତି ମୃତକଙ୍କ ସମ୍ପର୍କୀୟ ତେବେ ଏହି କାମ ଶିଆଳ କିମ୍ବା କୁକୁର କରିଥାଇ ପାରନ୍ତି ବୋଲି ଆମେ ପ୍ରଶ୍ନ କରିଥିଲୁ କିନ୍ତୁ ଗ୍ରାମବାସୀଙ୍କର କହିବା କଥା ଏହା ମଣିଷକୃତ।
ପ୍ରାୟ ବର୍ଷେ ତଳେ ମଧ୍ୟ ମୃତଦେହ ଚୋରି ହୋଇଥିବା କୁହନ୍ତି ଗ୍ରାମବାସୀ ତେବେ ଶବ ଚୋରି ଘଟଣାକୁ ଅଧିକ ଇନ୍ଧନ ଦେଉଛି ପାରିପାର୍ଶ୍ବିକ ଦୃଶ୍ୟ ସମାଧି ସ୍ଥଳରୁ କିଛି ଦୂରରେ ମେଡିକାଲ ଗ୍ଲୋବସ ପଡିଥିବା ବେଳେ ମୃତକଙ୍କ ପିନ୍ଧା ଲୁଗା ମଧ୍ୟ ପଡିଛି ।ଅନେକ ସ୍ଥାନରେ ମୃତଦେହର ଅବଶିଷ୍ଠ ଅଙ୍ଗ ପଡିଥିବା ବେଳେ ହାଡ଼ ଟିକେ ମଧ୍ୟ ମିଳୁ ନାହିଁ | ଏମିତି ସ୍ଥିତି ରେ ହୁଏତ କେଉଁ ଗୁଣିଆ ବା ତାନ୍ତ୍ରିକଙ୍କ କାମ ବୋଲି ମଧ୍ୟ ସନ୍ଦେହ କରିଛନ୍ତି ଗ୍ରାମବାସୀ |

Related Articles

Leave a Reply

Your email address will not be published. Required fields are marked *

Back to top button