ଦେଶ ବିଦେଶ

କରୋନା : କରୋନା ଅଧିକ ପୁରୁଷଙ୍କୁ ମାରୁଅଛି, ଇଟାଲୀରେ କରୋନା ଦ୍ଵାରା ମୃତ୍ୟୁ ବାରାଁ କରିଥିବା ଲୋକଙ୍କ ଭିତରେ ୭୦% ପୁରୁଷ

ଦୁନିଆ ସାରା କରୋନା ଦ୍ଵାରା ଲୋକ ପୀଡିତ ଅଛନ୍ତି ଓ ମୃତ୍ୟୁ ବରଣ କରୁଛନ୍ତି କିନ୍ତୁ ଏହି କଥା ସାମ୍ନାକୁ ଆସିଛି ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହେଉଛି, କରୋନା ସର୍ବେ ଦ୍ଵାରା ଏହା ସ୍ପଷ୍ଟ ହୋଇଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଠାରୁ ଅଧିକ ବିପଦ ଅଟେ, ଏପର୍ଯ୍ୟନ୍ତ ଏହାର ବୈଜ୍ଞାନିକ କାରଣ କିଛି ସାମ୍ନାକୁ ଆସି ନାହିଁ, କରୋନା ଠାରୁ ସବୁଠାରୁ ଅଧିକ ପୀଡିତ ଲୋକଙ୍କ ସଂଖ୍ୟା ଇଟିଲିରେ ଲଗାତାର ବଢୁଛି ।

ଏଠାରେ କରୋନା ପଜେଟିବ ଲୋକଙ୍କ ମଧ୍ୟରେ ୬୦% ଲୋକ ପୁରୁଷ ଅଟନ୍ତି ଏବଂ କରୋନା ଦ୍ଵାରା ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୭୦% ପୁରୁଷ ଥିଲେ ।

ଏହି ଗଣନା ଇଟାଲୀରେ ନେଶନଲ ହେଲ୍ଥ ଇଂଷ୍ଟିଟ୍ଯୁଟ ଦ୍ଵାରା ବାହାର କରା ଯାଇଛି, ଚୀନ ଓ ଦକ୍ଷିଣ କୋରିଆ ରେ ମଧ୍ୟ ଏହି ଅଙ୍କନ ଦେଖିବାକୁ ମିଳିଛି । ଆମେରିକାରେ ଏପର୍ଯ୍ୟନ୍ତ ଳିଙ୍ଗ ଅନୁଯାଇ କିଛି ଗଣନା କରା ଯାଇ ନାହିଁ, ଏହା ଅନୁମାନ କରା ଯାଇଛି ଯେ ପୁରୁଷ ଧୂମ୍ରପାନ ଅଧିକ କରନ୍ତି ଯାହା ଫଳରେ ତାଙ୍କ ମହତ୍ଵପୂର୍ଣ ଅଙ୍ଗ ଆଗରୁ ଖରାପ ହୋଇ ଯାଇଥାଏ ।

କରୋନା ଭାଇରସ ସେହି ଲୋକଙ୍କୁ ନିଜ ଶିକାର ବନେଇଥାଏ ଯିଏ ଆଗରୁ ରୋଗୀ ହୋଇଥାନ୍ତି ବା ଯାହାର ଇମ୍ୟୁନିଟି କମ ହୋଇଥାଏ ଓ ରୋଗ ପ୍ରତିରୋଧକ କ୍ଷମତା କମ ଥାଏ ସେଥିପାଇଁ ପୁରୁଷମାନଙ୍କୁ ଅଧିକ ହଉଛି ବୋଲି ଆମେ ଅନୁମାନ କରୁଅଛୁ, ଚୀନ ଦୁନିଆ ର ସବୁଠାରୁ ଅଧିକ ଧୂମ୍ରପାନ କରୁଥିବା ଦେଶ ଅଟେ । ଅଧା ଠାରୁ ଅଧିକ ପୁରୁଷଙ୍କୁ ଧୂମ୍ରପାନ ଅଭ୍ୟାସ ଥାଏ କିନ୍ତୁ କେବଳ ୩% ଚୀନ ମହିଳାଙ୍କୁ ଧୂମ୍ରପାନ ଅଭ୍ଯାସ ଥାଏ, ତେବେ ଇଟାଲୀରେ ୭୦ ଲକ୍ଷ ପୁରୁଷ ଧୂମ୍ରପାନ କରନ୍ତି ତେବେ ୪୫ ଲକ୍ଷ ଇଟାଲୀ ମହିଳାଙ୍କୁ ଧୂମ୍ରପାନ ଅଭ୍ଯାସ ଥାଏ ।

ଇଟାଲୀରେ ମୃତ୍ୟୁ ବରଣ କରିଥିବା ୯୯% ଲୋକଙ୍କୁ କିଛି ନା କିଛି ରୋଗ ଆଗରୁ ଥିଲା, ଏଥିରୁ ୭୫% ଲୋକଙ୍କୁ ହାଇ ବ୍ଲଡପ୍ରେସର ଥିଲା । ଧ୍ୟାନ ରଖନ୍ତୁ ହାଇ ବ୍ଲଡ ପ୍ରେସର ସମସ୍ୟା ପ୍ରାୟତଃ ପୁରୁଷଙ୍କୁ ହୋଇଥାଏ, ଆହୁରି ଗୋଟେ କଥା ଏହା ଯେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଟ୍ରାଭେଲ କରନ୍ତି ଯାହା ଫଳରେ ସଂକ୍ରମଣ ଅଧିକ ହୋଇଥାଏ । ଦ୍ଵିତୀୟ କଥା ଏହା ଯେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଯାଞ୍ଚ ଅଧିକ ହଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button