ଓଡିଶା

ଆଜି ବସିବ ଛତିଶା ନିଯୋଗ ବୈଠକ, ସ୍ନାନ ପୂର୍ଣ୍ଣିମା ପାଇଁ ହେବ ନୀତି ନିର୍ଘଣ୍ଟ

ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ରାଜେନ୍ଦ୍ରଭିଷେକ ଠାରୁ ଆରମ୍ଭ କରି ନୀଳିଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତିର ନୀତି ନିର୍ଘଣ୍ଟ କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସନ୍ଧ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଛତିଶାନିଯୋଗ ଏହି ବୈଠକ ବସୁଛି ।

ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ସହିତ ସୁନାବେଶ, ନୀଳାଦ୍ରି ବିଜେକୁ ନେଇ ମଧ୍ୟ ଆଲୋଚନା ହେବ । ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ରହିଛି ବୈଠକରେ ଫୋକସ୍ ରେ ।  ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button