ମନୋରଞ୍ଜନ

ପୂର୍ବ ଅପେକ୍ଷା ମୁଁ ବଂଶିକାଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରୁଛି: ଅନୁପମ ଖେର୍ – Utkal Mail


ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଏଯାଏଁ ବଂଶିକା ବାପାଙ୍କୁ ଝୁରିଝୁରି ପ୍ରତିଦିନ କାନ୍ଦୁଛନ୍ତି। କୌଣସି କାମରେ ତାଙ୍କ ମନ ଲାଗୁନାହିଁ। ଯେତେବେଳେ ବି ସମୟ ପାଉଛନ୍ତି ଫୋନରେ ଥିବା ବାପାଙ୍କ ଫଟୋକୁ ବାହାର କରି ଦେଖିଦେଖି ସମୟ କାଟୁଛନ୍ତି। ତେବେ ସତୀଶଙ୍କ ପରିବାର ବ୍ୟତୀତ ଅଭିନେତା ଅନୁପମ ଖେର୍ ମଧ୍ୟ ନିଜର ସବୁଠୁ ଭଲ ବନ୍ଧୁଙ୍କୁ ମନେ ପକାଉଥିବା କହିଛନ୍ତି। ଏହା ସହ ଝିଅ ବଂଶିକା ପାଇଁ ସତୀଶଙ୍କ ଅନୁପସ୍ଥିତିକୁ ପୂରଣ କରିବାକୁ ସେ ଚେଷ୍ଟା କରୁଥିବା କହିଛନ୍ତି।

ଅନୁପମ ଖେର ଜାତୀୟ ଗଣମାଧ୍ୟମ ‘ହିନ୍ଦୁସ୍ତାନ ଟାଇମ୍ସ’କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସେ କିପରି ବଂଶିକା କୌଶିକଙ୍କ ଜୀବନରେ ପିତା ସତୀଶ କୌଶିକଙ୍କ ଅନୁପସ୍ଥିତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ ମଧ୍ୟ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହରାଇଛନ୍ତି ଏବଂ ସେ ସତୀଶଙ୍କୁ ବହୁତ ମନେ ପକାଉଛନ୍ତି।

ଅଭିନେତା କହିଛନ୍ତି ଯେ, ‘ସତୀଶଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ମୁଁ ତାଙ୍କ ଘରକୁ ଯାଇ ବଂଶିକାଙ୍କ ସହ ବହୁତ କଥା ହେଉଥିଲି। କିନ୍ତୁ ତାଙ୍କ ମୃତ୍ୟୁ ପରେ, ମୁଁ ବର୍ତ୍ତମାନ ସମୟ ବାହାର କରୁଛି ଏବଂ ବଂଶିକାଙ୍କୁ ଭେଟିବାକୁ ଚେଷ୍ଟା କରୁଛି। ଯାହାଫଳରେ ବଂଶିକା ଅନୁଭବ କରିବେ ଯେ ତାଙ୍କ ଜୀବନରେ ପିତା ତୁଲ୍ୟ କେହି ଜଣେ ଅଛନ୍ତି। ମୁଁ ବଂଶିକାଙ୍କ ଜୀବନକୁ ସତୀଶଙ୍କୁ ଆଣି ପାରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବରେ ବଂଶିକାଙ୍କ ପାଇଁ ସତୀଶଙ୍କ ଅନୁପସ୍ଥିତିକୁ ପୂରଣ କରିବାକୁ ଚେଷ୍ଟା କରିବି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button