ରାଜନୀତି
ସାଂସଦଙ୍କ ଆରୋଗ୍ୟ ପାଇଁ ସାମନ୍ତରାପୁର ରେ ଆରମ୍ଭ ହେଲା ସମୂହ ଦୀପଦାନ
ଯାଜପୁର,27/08/22: ଯାଜପୁରର ଲୋକପ୍ରିୟ ସାଂସଦ ଶର୍ମିଷ୍ଠା ସେଠୀଙ୍କ ହଠାତ ଅସୁସ୍ଥତା ହୋଇପଡ଼ିଥିବାରୁ ଭୁବନେଶ୍ୱର ଆପଲୋ ହସ୍ପିଟାଲ ରେ ଚିକିତ୍ସିତ ହୋଇଛନ୍ତି |ଶ୍ରୀମତୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରି ରସୁଲପୁର ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ର ତାରିଣୀ ମନ୍ଦିର ରେ ମହିଳାମାନେ ସମୂହ ଦୀପଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସାମନ୍ତରାପୁର ସରପଞ୍ଚ ପଦ୍ମିନୀ ସେଠୀ ସମେତ ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଏମବିକେ ମମତା ସାହୁ, ସ୍ୱୟଂସହାୟିକା ଗୋଷ୍ଟୀର ସମସ୍ତ ମହିଳା, ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ,ଅଶୋକ ସେଠୀ ଓ ରାମଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସାଂସଦଙ୍କ ଆରୋଗ୍ୟ କାମନା କରିଛନ୍ତି |