ଜୀବନଶୈଳୀ

ଚାଣକ୍ୟ ନୀତି : ମନୁଷ୍ୟକୁ ଏହି କାମ କରିବା ଉଚିତ ନୁହଁ, ଜୀବନରେ ଆସିପାରେ ସଙ୍କଟ

ଚାଣକ୍ୟ ନୀତି ଅନୁଯାଇ ମଣିଷକୁ ଶ୍ରେଷ୍ଠ କାର୍ଯ୍ୟ କରିବା ଉଚିତ ଏହା ଦ୍ଵାରା ତାଙ୍କ ସମ୍ମାନ ହୋଇଥାଏ, ଯେତେବେଳେ ମଣିଷ ଭଲ କାର୍ଯ୍ୟ କରେ ନାହିଁ, ତେବେ ତାଙ୍କ ସ୍ଥିତି ସମାଜରେ ଗୋଟେ ପଶୁ ଭଳି ସମ୍ମାନ ହୋଇଥାଏ । ଚାଣକ୍ୟ ଏମିତି କିଛି କାର୍ଯ୍ୟ କହିଥିଲେ ଯେଉଁ ମଣିଷକୁ ଭୁଲରେ ବି କରିବା ଉଚିତ ନୁହ, ତେବେ ଆସନ୍ତୁ ଜାଣିବା ମଣିଷ ପାଇଁ କେଉଁ କାର୍ଯ୍ୟ କରିବା ଉଚିତ ନୁହ । ଆଚାର୍ଯ୍ୟ ଚାଣକ୍ୟ ସମାଜ ବିଷୟରେ ବହୁତ ଗଭୀରତା ରେ ଅଧ୍ୟୟନ କରିଥିଲେ ।

ଚାଣକ୍ୟ ସେହି ସବୁ ଜିନିଷ ଉପରେ ବିଶେଷ ଅଧ୍ୟୟନ କଲେ ଯାହା ଦ୍ଵାରା ମଣିଷ ଜୀବନ ପ୍ରଭାବିତ ହୋଇଥାଏ, ଏହି କ୍ରିୟା ରେ ସେ କିଛି ଏମିତି ଜିନିଷ ବିଷୟରେ ଜାଣିବାକୁ ପାଇଲେ ଯାହା କରିବା ମଣିଷ ପାଇଁ ଉଚିତ ନାହିଁ, ଚାଣକ୍ୟ ଅନୁଯାଇ ଯଦି ମଣିଷ ଏହି କାମ କରିଥାଏ ତେବେ ତା ଜୀବନ ନଷ୍ଟ ହୋଇଯାଏ । ଚାଣକ୍ୟ କହିବା ଅନୁଯାଇ ଯଦି ଏହି କାର୍ଯ୍ୟ ମଣିଷ କରିଥାଏ ତେବେ ମଣିଷ ଜୀବନରେ ସଙ୍କଟ ମାଡି ଆସେ, ତେବେ ଆଣ୍ଟୁ ଜାଣିବା ଏହି କାର୍ଯ୍ୟ ବିଷୟରେ ।

ପ୍ରକୃତି ପ୍ରତିକୁଳ କାମ :

ଚାଣକ୍ୟ ଅନୁଯାଇ ମଣିଷକୁ ନିଜ ସ୍ଵାର୍ଥ ପାଇଁ ଭୁଲରେ ବି ପ୍ରକୃତି ପ୍ରତିକୁଳ କାମ କରିବା ଉଚିତ ନୁହ, ଚାଣକ୍ୟ କହିଥିଲେ ପ୍ରକୃତି ବହୁତ ଶକ୍ତିଶାଳି ଅଟେ ଯେତେବେଳେ କେହି ଏହାକୁ ଖ୍ଯାତି କରିବା ପାଇଁ ପ୍ରୟାଶ କରିଥାଏ ତେବେ ପ୍ରକୃତି ନିଜ ଅନୁଯାଇ ପ୍ରତିକ୍ରିୟା ଦେଇଥାଏ, ଏହି ପ୍ରତିକ୍ରିୟା, ପ୍ରାକୃତିକ ବିପଦ ତେବେ ମହାମାରୀ ଓ ପ୍ରଳୟ ରୂପରେ ଆସିଥାଏ, ସେଥିପାଇଁ ମଣିଷକୁ ପ୍ରକୃତି ଅନୁକୂଳ କାମ କରିବା ଉଚିତ ଅଟେ ।

ସାମାଜିକ ସ୍ଥିତି ପ୍ରଭାବିତ କରନ୍ତୁ ନାହିଁ :

Image Courtesy: Google

ସମାଜ ଲୋକଙ୍କ ଦ୍ଵାରା ନିର୍ମାଣ ହୋଇଥାଏ, ଲୋକ ସମାଜ ପ୍ରଥମ ଇକାଇ ହୋଇଥାଏ, ସମାଜ ସଂରଚନା ଲୋକଙ୍କ କଲ୍ୟାଣ ପାଇଁ ହୋଇଥାଏ କାହିଁକିନା ଏକା ମଣିଷ କିଛି କରି ପାରେ ନାହିଁ ତାକୁ ବିକାଶ ପ୍ରକ୍ରିୟା ରେ ଅନ୍ୟ ଲୋକଙ୍କ ସାହାରା ନବାକୁ ପଡିଥାଏ ସେଥିପାଇଁ ସମାଜ ସହ ମିଳି ମିଶି ରହିବା ମଣିଷ ପାଇଁ ଉଚିତ ଅଟେ । ନଚେତ ଲୋକଙ୍କ ପାଇଁ ବହୁତ ପ୍ରକାର ସମସ୍ଯା ଉତପନ ହୋଇଥାଏ, ବହୁତ ଏମିତି କାର୍ଯ୍ୟ ଥାଏ ଯାହା ଦ୍ଵାରା ସମାଜ ପ୍ରଭାବିତ ହୋଇଥାଏ ଏବଂ କେତେକ ଅସୁବିଧା ସାମ୍ନା କୁ ଆସିଥାଏ କିନ୍ତୁ ଯଦି ମଣିଷ ସମାଜ ସହ ମିଳି ମିଶି ରହିଥାଏ ତେବେ ବହୁତ ଅସୁବିଧା ଲୋକଙ୍କ ଦ୍ଵାରା ସମାଧାନ ହୋଇଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button