ଓଡିଶା
ଏଥର ସଅଳ ଆସିବ ମୌସୁମୀ, ୨୪ ଘଣ୍ଟା ଭିତରେ ଛୁଇଁବ କେରଳ

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ଜାରି ରହିଛି । ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ । କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି । ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି ।
୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି । ତେବେ ଦୀର୍ଘ ୧୬ ହର୍ଷ ପରେ ଏଥର ଶୀଘ୍ର ମୌସୁମୀ ଛୁଇଁଛି ବୋଲି କୁହାଯାଉଛି ।