ଓଡିଶା

ଦୁର୍ଘଟଣାରେ ଗୋଡ଼ ଗଲା ଏବେ ଚଣ୍ଡାଳ ବିନ୍ଧାଣିର ଆଶା ସରକାରୀ ସହାୟତା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂହିଯୁବା ପଞ୍ଚାୟତରେ ଅଛି ଆସୁରଗଡ ଗାଁ । ଏହି ଗାଁର ଗୋଟିଏ ବନ୍ଧ ଆଡିରେ ଅଛି ଏକ ମାଟିକାନ୍ଥ ଦଦରା ଘର । ଯେଉଁ ଘରେ ରହନ୍ତି ଚଣ୍ଡାଳ ବିନ୍ଧାଣି ଆଉ ତାଙ୍କ ପରିବାର । ପରିବାର କହିଲେ ଅଛନ୍ତି ଗୋଟିଏ ବୃଦ୍ଧା ମା , ସ୍ତ୍ରୀ ଓ ଗୋଟିଏ ଛୋଟ ପୁଅ । ନିଜ ନାଁରେ ଜମି ନାହିଁ ସମ୍ପୂର୍ଣ୍ଣ ଭୂମିହୀନ ତେଣୁ ଗାଁ ର ବନ୍ଧ ଆଡିରେ ରହିଛି ଗୋଟିଏ ଭଙ୍ଗା ଦଦରା ମାଟି ଘର ।

ଜମିବାଡ଼ି କିଛି ନ ଥିବାରୁ ସେ ଗୋଟିଏ ହୋଟେଲରେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରି ନିଜର ପରିବାର ଚଳାଉ ଥିଲେ କିନ୍ତୁ ଦିନେ ହୋଟେଲରେ କାମ ସାରି ଘରକୁ ଫେରିଲା ବେଳକୁ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଲା । ତାଙ୍କର ବାମ ଗୋଡ଼ ଉପରେ ଟ୍ରକ୍ ଚକ ଚଢ଼ିଗଲା । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ଶେଷରେ ଚଣ୍ଡାଳଙ୍କ ବାମ ଗୋଡ଼କୁ କଟାଯାଇଥିଲା ।

ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଚଣ୍ଡାଳ । ଚଣ୍ଡାଳଙ୍କ ଏପରି ଅବସ୍ଥା ପରେ ପରିବାରରେ ଦେଖାଦେଇଥିଲା ଆର୍ଥିକ ସଙ୍କଟ । ତେଣୁ ଚଣ୍ଡାଳଙ୍କ ସ୍ତ୍ରୀଙ୍କ ଉପରେ ପରିବାରର ବୋଝ । ସରକାରୀ ସ୍ତରରେ ମାସକୁ ପାଞ୍ଚ କେଜି ଚାଉଳ ଓ ୧୨୦୦ ଟଙ୍କା ଭତ୍ତା ରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ସ୍ତ୍ରୀ ଅନ୍ୟ ଲୋକଙ୍କ ଧାନ ବିଲରେ କାମ କରି ପରିବାର ଚଳାଇବା ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ସବୁଦିନେ କାମ ନ ମିଳିବାରୁ ଦିନେ ଦିନେ ଚୁଲି ଜାଳିବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡେ ତେଣୁ ପରିବାର ଲୋକେ ସାହାଯ୍ୟ ପାଇଁ ସରକାରଙ୍କୁ ନେହୁରା ହେଉଛନ୍ତି । ତେବେ ତିନି ବର୍ଷ ହେଲା ପରିବାରଟି ଅତି ଦୟନୀୟ ଭାବରେ ଜୀବନ ଯାପନ କରିଥିବାରୁ ଗାଁ ଲୋକ ମାନେ ମଧ୍ୟ ସରକାରୀ ସାହାଯ୍ୟ ପାଇଁ ସରକାରଙ୍କୁ ନେହୁରା ହେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button