ଓଡିଶା

ବର୍ଷାରେ ଭିଜିବ ପୁରା ଓଡ଼ିଶା, ଆଗାମୀ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ ବର୍ଷା

ଭୁବନେଶ୍ୱର : ବର୍ଷାରେ ଭିଜିବ ପୁରା ଓଡ଼ିଶା । ଆଗାମୀ ୬ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ବର୍ଷା ମୌସୁମୀ ଅଗ୍ରସର ହେବାକୁ ବାଟ ଫିଟାଇବ। ସଅଳ ମୌସୁମୀ ଆସିବାକୁ ବି ସହାୟକ ହେବ। ଏବେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା ତୁହାକୁ ତୁହା ଜାରି ରହିଛି। ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ବାତ୍ୟା ସୃଷ୍ଚି ହେବା ନେଇ କୌଣସି ସୂଚନା ନଥିବା କହିଛି ପାଣିପାଗ ବିଭାଗ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button