ଓଡିଶା

ବିରୂପା ନଦୀବନ୍ଧର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, : ବିରୂପା ନଦୀର ଦକ୍ଷିଣ ପାଶ୍ୱର୍ରେ ଥିବା ଶାଗୁଣାଘାଇ ପାଖରେ ନଦୀବନ୍ଧକୁ ସୁରକ୍ଷା ଦେବାପାଇଁ ନଦୀବନ୍ଧ କଡରେ ଯେଉଁ ସ୍ପର ନିର୍ମାଣ କରାଯିବା ସହ ନଦୀ ଭିତରକୁ ଶହଶହ ଟ୍ରିପ ପଥର ପଡିବା କ୍ଷେତ୍ରରେ ଦୁର୍ନିତି ହୋଇଥିବା ନେଇ କେନ୍ଦ୍ରାପଡା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମର ଜିଲ୍ଲା ସଭାପତି ଉମେଶ ପାଢୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ହେଉଛି ଶାଗୁଣାଘାଇ ପାଖରେ ବିରୂପା ନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧକୁ ସୁରକ୍ଷା ଦେବାପାଇଁ ପ୍ରାୟ ୮ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ସେଠାରେ ବିରୂପା ନଦୀବନ୍ଧ ବିପଦଜନକ ଅବସ୍ଥାରେ ରହିଛି । ନଦୀ ଭିତରକୁ ଯେଉଁସବୁ ନିମ୍ନମାନର ପଥରଖଣ୍ଡ ପକାଯାଉଛି ତାହା ନଦୀର ପ୍ରବଳ ଜଳ ସ୍ରୋତରେ ଭାସି ଯାଉଛି । ପୂର୍ବରୁ ଶାଗୁଣାଘାଇ ପାଖରେ ୪ଟି ସ୍ପର ଥିବାବେଳେ ଏବେ ଅଧିକ ସ୍ପର ନିର୍ମାଣ ହେଉଛି । ନିମ୍ନମାନର ଏବଂ ଛୋଟଛୋଟ ପଥର ଖଣ୍ଡ ନଦୀ ଭିତରକୁ ପକାଯିବା ଦ୍ୱାରା ତାହା ପ୍ରବଳ ନଦୀସ୍ରୋତରେ ବିରୂପା ବନ୍ୟାରେ ତଳକୁ ଭାସିଯାଇଥିବା ଅଭିଯୋଗ ହେଉଥିବା ସତ୍ତ୍ୱେ ତାହାର ଉପଯୁକ୍ତ ତଦନ୍ତ କରାନଯାଇ ଠିକାଦାର ଶିବପ୍ରସାଦ ପରିଡାଙ୍କୁ ୩କୋଟି ୭୦ଲକ୍ଷ ଟଙ୍କା କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ତାଙ୍କର ବିଲ୍ ବାବଦକୁ ପୈଠ କରାଯାଇଛି । କିନ୍ତୁ ସେହି ନଦୀବନ୍ଧ ପୂର୍ବଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଶାଗୁଣାଘାଇର ଉପରକୁ ଥିବା ବେଣୀପୁର ପାଖରେ ୨୦୨୦ମସିହାରେ ଘେରିବନ୍ଧରେ ଘାଇସୃଷ୍ଟି ହୋଇ ସେହି ଗ୍ରାମ ଏବଂ ସେହି ଗ୍ରାମକୁ ଲାଗିଥିବା ବଡଚଣା ବ୍ଲକର ୨ଟି ଗ୍ରାମ ୮ଦିନ କାଳ ପାଣିରେ ବୁଡିରହିଥିଲା । ନିମ୍ନମାନର କାମ ଯୋଗୁ ସେହି ଘେରିବନ୍ଧ ଭାଙ୍ଗିଥିଲା ବୋଲି ଅଭିଯୋଗ ହୋଇଥିଲେ ସୁଦ୍ଧା ତାହାର ତଦନ୍ତ କରାନଯାଇ ଶାଗୁଣାଘାଇ ପାଖରେ ବିରୂପା ନଦୀବନ୍ଧକୁ ସୁରକ୍ଷା ଦେବାପାଇଁ ନିମ୍ନମାନର କାର୍ଯ୍ୟ ହେଉଥିବା ଏବଂ ନଦୀ ଭିତରକୁ ବଡବଡ ପଥରଖଣ୍ଡ ପକାଯିବା ପରିବର୍ତ୍ତେ ଛୋଟଛୋଟ ପଥରଖଣ୍ଡ ପକାଯାଇଥିବା ନେଇ ଅଭିଯୋଗ ହୋଇଛି । ସେହି ଅଭିଯୋଗର ତଦନ୍ତ କରାନଯାଇ ସଂପୃକ୍ତ ଠିକାଦାରଙ୍କୁ ବିଲ୍ ପୈଠ କରାଯାଇଛି । ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ସେ ଅଞ୍ଚଳର ବାସିନ୍ଦା ଅବସରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କୁଳମଣୀ ପରିଡା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ନିମ୍ନମାନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଠିକାଦାର ଶିବପ୍ରସାଦ ପରିଡାଙ୍କୁ କଳାତାଲିକାଭୁକ୍ତ କରିବାକୁ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗୀୟ ଏସଡିଓ ପ୍ରମୋଦ କୁମାର ରାୟଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ ଏହି ବନ୍ଧ ସୁରକ୍ଷା କାର୍ଯ୍ୟ ଇନ୍ଦୁପୁର ଜଳସେଚନ ସେକସନ ଅଧିନରେ ରହିଛି । ଇନ୍ଦୁପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ଏବଂ ସେ ନିଜେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ପଥରଗୁଡିକର ଆକାର ଏବଂ ଗୁଣାତ୍ମକମାନ ପରୀକ୍ଷା କରାଯିବା ପରେ ପାଣି ଭିତରକୁ କେତେ ଟ୍ରିପ ପଥର ପଡିଲା ତାହା ଯନ୍ତ୍ର ସାହାଯ୍ୟରେ ତାଙ୍କ ବିଭାଗ ପକ୍ଷରୁ ତଦାରଖ କରାଯାଉଛି । ତେଣୁ ଏହି କାର୍ଯ୍ୟରେ କୌଣସି ଅନିୟମିତତା ହୋଇନଥିବା ସେ ସୂଚନା ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button