ଦୁର୍ଗାପୂଜା ଓ ଭସାଣ ଉତ୍ସବ ପାଇଁ ମହାନଗର ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ସଭା
କଟକ, ୨୮/୮ ଆସନ୍ତା ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରାଯିବା ଲାଗି ଚହଟାସ୍ଥିତ ଚହଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ସହରରେ କୈାଣସି ଜାନିଯାତ୍ରା ପାଳନ କରାଯାଇପାରିନଥିବା ବେଳେ ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦୋଳଯାତ୍ରା, ବାସନ୍ତୀ ଦୁର୍ଗାପୂଜା, ଓଡିଆ ନବବର୍ଷ, ରଥ ଯାତ୍ରା, ଝୁଲଣଯାତ୍ରା ଏପରିକି ବୈଶାଖୀ ବାଣିଜ୍ୟ ମେଳା ଓ ବାରବାଟୀ ଷ୍ଟାଡିୟମରେ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ସପନ୍ନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଓ ର୍କାକେଶ୍ୱର ପୂଜା ପାଇଁ ର୍ମୂି ନିର୍ମାଣ ଓ ଭସାଣି ଶୋଭାଯାତ୍ରା, ଐତିହାସିକ ବାଲିଯାତ୍ରା ପାଳିତ ହେବାର ସମ୍ଭାବନା ରହିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଗଣେଶ ପୂଜା ଓ ବାଲିଯାତ୍ରା ପ୍ରସ୍ତୁତି ବୈଠକ ହୋଇସାରିଛି । ଏସବୁକୁ ଦୃଷ୍ଟିରେ ରଖି ଚଳିତ ଦୁର୍ଗାପୂଜାକୁ ମହା ଆଡମ୍ବରରେ ପାଳନ କରାଯିବା ଲାଗି ନିଷ୍ପତି ନିଆଯାଇଛି । ଏହି ଅବସରରେ ମହାନଗର ଶାନ୍ତି କମଟିର କର୍ମର୍କା ସ୍ୱର୍ଗତ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ବିଜୟ ମହାପାତ୍ର, ରାଜେନ୍ଦ୍ର ସାମଲ, ଅଶୋକ ପଶାୟତ, ଘନଶ୍ୟାମ ଦାସ ଓ ବିଶ୍ୱନାଥ ମୁଳିଆଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ମେୟର ସୁବାସ ସିଂହ, ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ସୈାଭିକ ବିଶ୍ୱାଳ, ଚନ୍ଦ୍ରସାରଥୀ ବେହେରା, ମହାନଗର ପୂଜା କମିଟି ସଂପାଦକ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଶାନ୍ତି କମିଟି ସଭାପତି ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରି ଦାସ, କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଜେପି ନେତା ଲଲାଟେନ୍ଦୁ ବଡୁ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି , ଆଇନଜୀବୀ ଗଦାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।