କ୍ରୀଡା

IND Vs NZ ପଡିଆକୁ ଓହ୍ଲେଇବେ ନୁଆ ଓପେନିଙ୍ଗ ଯୋଡି, ଶୁଭମମ ଗିଲ ଓ କିଷାନ କରିବେ ଧମାଲ

ନମସ୍କାର ବନ୍ଧୁଗଣ T20 ରେ ଟିମ୍ ଇଣ୍ଡିଆ ପାଇଁ ନୂଆ ଓପନିଂ ଯୋଡି ନ୍ୟୁଜଲ୍ୟାଣ୍ଡ ବିପକ୍ଷ ସିରିଜ୍ ରେ ଓପନ୍ କରିବେ ନୂଆ ପାର୍ଟନର ଶୁକ୍ରବାର ପ୍ରଥମ ମ୍ୟାଚ୍ ରେ ହେବ ନୂଆ ଓପନରଙ୍କ ପରୀକ୍ଷା ପୁରୁଣା ମୁହଁକୁ ଛାଡି ଓପନିଂରେ ନୂଆ ସମ୍ଭାବନାର ପରୀକ୍ଷଣ ହେବ |

ଆସନ୍ତା ୧୮ ଅର୍ଥାତ୍ ଶୁକ୍ରବାର ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଶୁକ୍ରବାର ହିଁ ଏକ ନବ ଗଠିତ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତୀୟ ଦଳର ନେତୃତ୍ୱ ନେବେ ଅଲ୍ ରାଉଣ୍ଡର ହାର୍ଦିକ ପାଣ୍ଡିଆ ଏହି ସିରିଜ୍ ପାଇଁ ୱିକେଟ୍ କିପର ରିସବ୍ ପନ୍ଥ ଉପଅଧିନାୟିକ ଦାୟିତ୍ଵ ତୁଲାଇବେ।

ତେବେ ଅଷ୍ଟ୍ରେଲିଆରେ ନଗଦ ସାରିଥିବା ବିଶ୍ୱକପ୍ ର ସେମି ଫାଇନାଲରୁ ଲଜ୍ୟା ଜନକ ବିଦାୟ ନେଇଥିବା ଭାରତୀୟ ଦଳରୁ ନିୟମିତ ଅଧିନାୟକ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି ସେହିପରି ରବିଚନ୍ଦ୍ର ଅଶ୍ଵିନୀ ଅକ୍ସର୍ ପଟେଲ ଓ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ଆହତ ଯୋଗୁଁ ବିଶ୍ୱକପ୍ ଖେଳି ନଥିବା ଜସ୍ପ୍ରିତ ଗୁମୁରା ଓ ରବୀନ୍ଦ୍ର ଯାଡେଜା ସମାନ କାରଣ ପାଇଁ ଦଳରୁ ବାହାରେ ଅଛନ୍ତି |

ଏମାନଙ୍କ ବଦଳରେ ଯୁବ ଓପନର ସୋଭାମନ୍ ଗିଲ ଇଶାନ୍ କିସନ୍ ସଞ୍ଜୁ ସାମ୍ସନ୍ ଓ ସ୍ରେୟସ ଆୟରଙ୍କ ଭଳି ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି ସେହିପରି ସ୍ପିଡ୍ ଅଲ୍ ରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ସହ ୟୂଜୁବେନ୍ଦ୍ର ଚାହଲ ଓ କୁଲଦୀପ ଯାଦବ ଦଳରେ ଅଛନ୍ତି ଦୃତ ବୋଲିଂରେ ଭୁବନେଶ୍ୱର କୁମାର ଅର୍ଷଦିପ ସିଂ ହର୍ଶଲ ପଟେଲ୍ ମହମ୍ମଦ ଶିରାଜ୍ ଓ ଉମ୍ରାନ୍ ମଲିକ୍ ଙ୍କୁ ସ୍ଥାନ ମିଳିଛି।

ସେପଟେ ସୂର୍ଯ୍ୟ କୁମାର ଯାଦବ ଦୀପକ୍ ହୁଡ଼ା ରିସବ୍ ପନ୍ଥ କ୍ୟାପଟେନ ହାର୍ଦିକ ପାଣ୍ଡିଆ ମିଡିଲ ଅର୍ଡର ବ୍ୟାଟିଂ ସମ୍ଭାଳିବେ ଏପରି ହେଲେ ଏପରି ହେଲେ ଡାହାଣ ହାରି ଶୋଭମାନ୍ ଗିଲ ଓ ବାମହାତି ଇସାନ୍ କିସାନ୍ ଙ୍କ ରୂପରେ ଭାରତ T20 ଫର୍ମାଟରେ ଏକ ନୂଆ ଓପନିଂ ଯୋଡି ପାଇବ ତେବେ ନ୍ୟୁଜଲ୍ୟାଣ୍ଡ ମାଟିରେ ଶୁକ୍ରବାର ହେବାକୁ ଥିବା ପ୍ରଥମ ମ୍ୟାଚ୍ ରେ ଶୋଭମାନ୍ ଗିଲ ଓ ଇସାନ୍ କିସାନ୍ ନୂଆ ଓପନିଂ ଯୋଡି ହେବା ସମ୍ଭାବନା ଅଧିକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button