ମଞ୍ଚରେ ମହିଳା ଫୁଟବଲରଙ୍କ ଓଠକୁ ଚୁମ୍ବନ ଦେବା ଘଟଣାରେ ଦଣ୍ଡିତ ହେବେ ସ୍ପେନ୍ ଫୁଟବଲ୍ ମୁଖ୍ୟ ! – Utkal Mail
ଲୌସେନ୍: ସ୍ପେନ୍ର ଫିଫା ମହିଳା ବିଶ୍ବକପ୍ ବିଜେତା ଦଳର ପ୍ରମୁଖ ଖେଳାଳି ଜେନି ହର୍ମୋସୋଙ୍କୁ ସ୍ପେନ୍ ଫୁଟବଲ୍ ସଂଘ ସଭାପତି ଲୁଇସ୍ ରୁବେଲ୍ସ ପୁରସ୍କାର ପ୍ରଦାନ ମଞ୍ଚରେ ଓଠକୁ ଚୁମ୍ବନ ଦେବା ଘଟଣାରେ ଫିଫା କାର୍ଯ୍ୟାନୁଷ୍ଠାନ ନେବ। ଫିଫା ଶୃଙ୍ଖଳା ସମିତି ଏ ସଂପର୍କରେ ଲୁଇସ୍ଙ୍କୁ ଅବଗତ କରାଇ ଦେଇଛି। ଲୁଇସ୍ଙ୍କ ଉକ୍ତ ଆଚରଣ ଫିଫା ଶୃଙ୍ଖଳା ନିୟମାବଳୀର ଧାରା ୧୩ ପାରା ୧ ଓ ୨ ର ଉଲ୍ଲଂଘନ କରୁଥିବା କୁହାଯାଇଛି।
ଲୁଇସ୍ଙ୍କ ଏହି ଆଚରଣ ଗ୍ରହଣୀୟ ନୁହେଁ। ତଥାପି ମହିଳା ଫୁଟବଲ୍ ଖେଳାଳିଙ୍କ ସୁରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଜେନି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବରୁ ସ୍ପେନ୍ ସରକାର ଓ କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ଲୁଇସ୍ଙ୍କ ଏହି ଆଚରଣକୁ ନିନ୍ଦା କରିଛି। ସ୍ପେନ୍ ମହିଳା ଫୁଟବଲ୍ ଲିଗ୍ ‘ଲିଗା ଏଫ୍’ ପକ୍ଷରୁ ମଧ୍ୟ ଲୁଇସ୍ଙ୍କୁ ବହିସ୍କାର ପାଇଁ ଦାବି କରାଯାଇଛି। ଏହି ଘଟଣା ଉପରେ ଲୁଇସ୍ ଯଦିଓ ଏକ ଭିଡିଓ ମାଧ୍ୟମରେ କ୍ଷମାପ୍ରାର୍ଥନା କରିଛନ୍ତି, ତଥାପି ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ସାମ୍ନା କରିବାକୁ ପଡୁଛି।