ଓଡିଶା
ସେଫ୍ଟିକ ଟାଙ୍କିରେ ପଡ଼ି ନାବାଳିକା ମୃତ, ଢାଙ୍କୁଣୀ ନଥିବାରୁ ଖସିପଡିଥିବା ସନ୍ଦେହ

ରାଉରକେଲା: ସେଫ୍ଟିକ ଟାଙ୍କିରେ ପଡ଼ି ନାବାଳିକା ମୃତ । ରାଉରକେଲା ଛେଣ୍ଡ ହକି ଷ୍ଟାଡିୟମ ନିକଟରେ ଥିବା ଖୋଲା ସେଫ୍ଟିକ ଟାଙ୍କିରେ ପଡ଼ି ମୃତ୍ୟୁ ହୋଇଛି । ନାବାଳିକା ଜଣକ ଗତକାଲି ରାତିରେ ଅନ୍ୟ ପିଲାଙ୍କ ସହ ଖେଳୁଥିବାବେଳେ ଟାଙ୍କି ଭିତରେ ପଡିଯାଇଥିଲେ । ସେଫ୍ଟି ଟାଙ୍କିରେ କୌଣସି ଢାଙ୍କୁଣୀ ନଥିବାରୁ ଶିଶୁ କନ୍ୟା ଖସିପଡିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ଛେଣ୍ଡ ଥାନା ପୋଲିସ ।