ରାଜନୀତି

ଭରା ସଭାରେ ବିଧାୟକଙ୍କୁ ପ୍ରଶ୍ନ ପଚାରିଲେ ଯୁବତୀ, ଏବେ ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା, କଣ କହିଲେ ଯୁବତୀ ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ରାଜନେତା ମାନଙ୍କର ରାଜ ଚାଲିଛି । ହେଲେ ଦେଶର କି ରାଜ୍ୟର କି ଅଞ୍ଚଳର ଉନ୍ନତି ଅନେକ ସ୍ଥାନରେ ହେଉ ନାହି । ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଏଭଳି ଏକ ଘଟଣା ଏବେ ସମାନ କୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ ସଭା ମଝିରେ ନିଆଳି ର ବିଜେଡି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଭାଷଣ ଦେଉଥିଲେ । ଶହ ସହ ଲୋକ ବିଧାୟକ ଙ୍କ କଥାକୁ କାନ ଡେରି ଶୁଣୁ ଥିଲେ । ଏଲେ ସେଠାରେ ଉପସ୍ଥିତ ଥିବା ଜେଣ ଯୁବତୀ ବିଧାୟକ ଙ୍କୁ ପ୍ରଶ୍ନ କରି ବିଧାୟକ ଙ୍କୁ ଘାବରେଇ ଦେଇ ଥିଲେ । ସିଧା ସିଧା ପ୍ରଶ୍ନ କରିଥିଲେ ଯୁବତୀ ଜଣକ ଆଉ କହିଥିଲେ ଆପଣ ଏତେ ଦିନ ହେଲାଣି ବିଧାୟକ ଅଛନ୍ତି ଆମର ଉନ୍ନତି କଣ କରିଛନ୍ତି କୁହନ୍ତୁ ?

ସଭା ସ୍ଥଳ ରେ ଯୁବତୀ ଙ୍କ ଏଭଳି ପ୍ରଶ୍ନ ଶୁଣିବା ପରେ ଚମକି ପଡିଥିଲେ ବିଧାୟକ । ଏମିତିକି ରାଗ ତମ ତମ ହୋଇ ବିଧାୟକ କହିଥିଲେ ତୁମେ କଣ ଟ୍ରେନିଂ ନେଇ ଆସିଛ ? ଏଟା କଣ ପ୍ରଶ୍ନ ପଚାରିବାର ଜାଗା ? ତୁମର ସାଧାରଣ ଜ୍ଞାନ ନାହି ତୁମେ କଣ ପାଠ ପଢୁଥିବ ଆମକୁ ଜଣା ବୋଲି ସଭା ମଞ୍ଚରେ କହିଥିଲେ ବିଧାୟକ ।

ସଭା ମଞ୍ଚରେ ବିଧାୟକ ଙ୍କ ଏମିତି ଆଚରଣ ଦେଖି ଯୁବତୀ ଜଣକ କହିଥିଲେ ଏମିତି କଥାବାର୍ତ୍ତା କରନ୍ତି ମୋତେ ଜଣା ଅଛି । ହେଲେ ଆପଣ ସମ୍ମାନ ଦେଇ କଥା ହୁଅନ୍ତୁ । ଲୋକ ପ୍ରତିନିଧି ହେଉଛନ୍ତି ରାଜନେତା । ଲୋକଙ୍କ ସୁଖ ଦୁଖର ସାଥି ହେବା ସହ କେମିତି ଶାସନ ଚାଲୁଅଛି, କି କି ବିକାଶ ହେଉଛି ଏ ସବୁର ଉତ୍ତର ଦେବାକୁ ସେମାନେ ବାଧ୍ୟ ଅଟନ୍ତି ।

ହେଲେ ବିଧାୟକ ଙ୍କୁ ଜଣେ ଯୁବତୀ ବିକାଶ ନେଇ ପ୍ରଶ୍ନ କରୁ ଥିବାରୁ ସେ ପୁରା ଚିହିଁକି ଉଠିଥିଲେ । ଯାହାକୁ ନେଇ ଏବେ ସ୍ଥାନିୟ ଅଞ୍ଚଳରେ ପୁରା ଚର୍ଚ୍ଚା ଲାଗି ରହିଛି । ଏମିତି ଏକ ଘଟଣା ଘଟିଛି ନିଆଳି ବ୍ଲକ ତୋପତି ତୋଟ ରେ । ଗତ 2 ତାରିଖ ରେ ଏଠାରେ ସ୍ଵାଧୀନତା ସଂଗ୍ରାମୀ କାଣ୍ଡୁରି ଚରଣ ମଲ୍ଲିକ ଙ୍କ ଜନ୍ମ ଶତ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ ।

ସଭା ସ୍ଥଳରେ ସ୍ଵର୍ଣ୍ଣଲତା ମଲ୍ଲିକ ନାମକ ଜଣେ ଯୁବତୀ ତାଙ୍କ ଦ୍ଵିପାଞ୍ଚଳ ଏ କଣ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ପ୍ରଶ୍ନ ପଚାରିବାରୁ ବିଧାୟକ ରାଗି ଯାଇଥିଲେ । ଯାହାକୁ ନେଇ ଯୁବତୀ ଜଣକ ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକ ତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button