ଓଡିଶା

‘ଜରି’ ମାଉସୀ ତଥା କମଳା ମହାରଣାଙ୍କ ଦେହାନ୍ତ , ମନ୍‌ କୀ ବାତ୍‌ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ହୋଇଥିଲେ ପ୍ରଶଂସିତ

କେନ୍ଦ୍ରାପଡା : ‘ଜରି’ ମାଉସୀ ତଥା କମଳା ମହାରଣାଙ୍କ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା । ଘରେ ପଡ଼ିଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । କମଳାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍‌ ଅଧୀନ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମରେ ।

ଅଦରକାରୀ ଜରିକୁ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହା ପାଇଁ ମନ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ । ନିକଟରେ କମଳା ‘ଅପରେସନ ସିନ୍ଦୂର’ରେ ଭାରତର ସଫଳତା ପରେ ଖୁସିରେ ସ୍ଥଳସେନା, ବାୟୁସେନା ଏବଂ ନୌସେନା ମୁଖ୍ୟଙ୍କୁ ଉପହାର ପଠାଇଥିଲେ । ନିଜ ହାତତିଆରି ଟୋପି ଓ ଚିଠି ପଠାଇ ଶୁଭେଚ୍ଛା ଜଣାଇଥିଲେ ।

୨୦୨୩ ମସିହା ଫେବ୍ରୁୟାରୀ ୨୬ ତାରିଖରେ ତାଙ୍କର ୯୮ତମ ମନ୍‌ କୀ ବାତ୍‌ର ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପ୍ରଶଂସା କରିଥିଲେ । ପରେ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାକୁ ନିର୍ବାଚନ ବେଳେ ଆସିବା ସମୟରେ କମଳାଙ୍କୁ ଆଣ୍ଠେଇ ନମସ୍କାର କରିଥିଲେ । ପରେ ପ୍ରଧାନମନ୍ତ୍ରୀ କମଳାଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ଡାକିଥିଲେ । କମଳା ଅଦରକାରୀ ବସ୍ତୁରୁ ସୁନ୍ଦର ଘରୋଇ ଉପକରଣ ତିଆରି କରି ଚର୍ଚ୍ଚାରେ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button