ଓଡିଶା

ଭାତ ନା ରୁଟି କଣ ଖାଇଲେ ଓଜନ କମ ହେବ ? Weight Loss କରିବାକୁ ଚାହୁଁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…. କଣ କହୁଛନ୍ତି Nutritionist Niharika Dash

ବନ୍ଧୁଗଣ ଆଜି ଆମେ ଏମିତି ଏକ ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ଯାହା ଆମର ନୀତି ଦିନିଆ ଖାଦ୍ଯ ରେ ଆମେ ଖାଇଥାଉ । ତେବେ ଆମେ ଏଠାରେ କହି ରଖୁଛୁ କି ଆମେ ଭାତ ଆଉ ରୁଟି ବିଷୟରେ କଥା ହେଉଛି । ଯାହା ଆମେ ପ୍ରତି ଦିନ ଦ୍ଵିପହର ରେ ବା ରାତିରେ ଖାଇଥାଉ । କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ଧାରଣା ରହିଥାଏ ଓଜନ କେମିତି ହ୍ରାସ କରିବା । ତେବେ ଡାକ୍ତର ଙ୍କ ମତରେ କାର୍ବୋ ହାଇଡ୍ରେଡ଼ ରୁ ଆମ ଶରୀରକୁ ଶକ୍ତି ମିଳିଥାଏ । କାର୍ବୋ ହାଇଡ୍ରେଡ ଯେମିତି ଭାତ ଆଉ ରୁଟି ଯାହାକୁ କିଛି ଲୋକ ମାନେ ଲଞ୍ଚ ରେ ବି ଖାଆନ୍ତି ନାହି ।

କିଛି ଲୋକ ମାନେ ଭାବିଥାନ୍ତି ଭାତ ବ ରୁଟି କମ କରି ଦେଲେ ଓଜନ କମି ଯାଇଥାଏ ଆଉ ଓଜନ ମେଣ୍ଟେନ ହୋଇକି ରହିବ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । କାରଣ କାର୍ବ ହାଇଡ୍ରେଡ ହେଉଛି ଆମ ମେନ ସୋର୍ସ ଅଫ ଏନର୍ଜି । ଆମ ଶରୀରକୁ ଯେଉଁ ଶକ୍ତି ଦରକାର କାର୍ଯ୍ୟ କରିବା ପାଇଁ ତାହା ଆମକୁ କାର୍ବ ହାଇଡ୍ରେଡ ରୁ ହିଁ ମିଳିଥାଏ ।

କାର୍ବୋ ହାଇଡ୍ରେଡ ବନ୍ଦ କରି ଦେଲେ ଅନେକ ପ୍ରକାର ସମସ୍ୟା ଆମ ଶରୀର ରେ ଦେଖା ଯାଇଥାଏ । ଭାତ କିଛି ଲୋକ ମାନେ ଖାଇଥାନ୍ତି କିନ୍ତୁ କେତେ ପରିମାଣରେ ଖାଇଥାନ୍ତି ତାହା ଠିକ ଭାବେ ଜାଣି ନ ଥାନ୍ତି । କେହି ଲୋକ ଭାତ ଅଧିକ ଖାଇଥାନ୍ତି ତ ଆଉ କିଛି ଲୋକ କମ ଭାତ ଖାଇଥାନ୍ତି । କାରଣ ସେମାନଙ୍କ ମନରେ ଧାରଣା ରହିଥାଏ ଭାତ ଖାଇବା କମ କରି ଦେଲେ ଓଜନ ହ୍ରାସ ହୋଇଯାଏ ।

ଅନେକ ସମୟରେ ଦେଖାଯାଏ କିଛି ଲୋକେ ଖାଉ ଖାଉ ଅଧିକ ଖାଇ ଦେଇଥାନ୍ତି । ଗୋଟେ ମଣିଷ ରୁଟି ଖାଇ ଖାଇ ୫ଟା ହିଁ ଖାଇ ପାରିବ । ଏହା ପରେ ତାକୁ ଆଉ ଭୋକ ବି ହେବ ନାହି । କିନ୍ତୁ ଭାତ କଥା କହିବାକୁ ଗଲେ ଆମେ ପଖାଳ ଖାଉ ବା ଗରମ ଭାତ ଖାଉ କିନ୍ତୁ ଅଧିକ କ୍ଵାନ୍ଟିଟି ରେ ଖାଇ ଦେଇଥାଉ । ଯାହା ଦ୍ଵାରା ଶରୀରରେ କ୍ୟାଲୋରି ର ବୃଦ୍ଧି ହୋଇଥାଏ ।

ଅନେକ ଲୋକଙ୍କ ମନରେ ଧାରଣା ରହିଛି କି ଅଧିକ ଭାତ ଖାଇଲେ ମୋଟା ହୋଇଯିବା ବା ରୁଟି ଖାଇଲେ ପତଳା ହୋଇଯିବା କିନ୍ତୁ ସେମିତି କିଛି ନୁହେଁ । ଯେ ହେତୁ ଆମେ ହେଉଛେ ଓଡିଆ ତେଣୁ ଭାତ ରୁଟି ନିହତି ଆମର ଆବଶ୍ୟକ ଅଟେ । ଯେଉଁ ଦିନ ଆମିଷ ଖାଇଥାନ୍ତି କିଛି ଲୋକ ମାନଙ୍କ ଥରେ ଦେଖିବାକୁ ମିଳିଥାଏ ଅଧିକ ଭାତ ଲୋଭରେ ଖାଇ ଦେଇଥାନ୍ତି ଯାହା ସେମାନଙ୍କର ପ୍ରତି ଦିନ ର ଭାତ ଅପେକ୍ଷା ଅଧିକ ରହିଥାଏ । କିନ୍ତୁ ଏହା ଭୁଲ ।

ତେଣୁ ଆମିଷ ଖାଇବାରେ ଭାତ ଖାଇବେ କିନ୍ତୁ ଯେତିକି ପରିମାଣରେ ଦରକାର । ଭାତ ଅଧିକ ଖାଇଲେ ବା ରୁଟି କମ ଖାଇଲେ ଓଜନ କମ ହେବ ନାହି । ଯେତିକି ପରିମାଣରେ ଦରକାର ସେତିକି ଖାଇଲେ ଡାଏଟ ବାଲାନ୍ସ ହୋଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button