ଓଡିଶା

ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସମାବେଶରେ ଜିଲ୍ଲାରେ ପ୍ରେମ ପ୍ରତାରଣା ଓ ଯୌତୁକ ନିର୍ଯ୍ୟାତନା ବୃଦ୍ଧିକୁ ନେଇ ଉଦ୍‌ବେଗ

ବ୍ରହ୍ମପୁର,୨୮ ।୮: ଉତ୍କଳ ଆଶ୍ରମ ସଭା କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟ ର ଲେଖକ ଓ ଲେଖିକା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି, ଲେଖକ ସାମ୍ମୁଖ୍ୟ ଉପସଭାପତି ଡ.ସରୋଜକାନ୍ତ ରଥ ସାଧାରଣ ସମ୍ପାଦିକା ଡ.ସୂଚନା ପାଢ଼ୀ ଏବଂ ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ହୋଇ ସମାବେଶ କୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରାଯାଇଥିଲା ଯେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ “ପ୍ରେମ ପ୍ରତାରଣା ଓ ଯୌତୁକ ନିର୍ଯାତନା” ଗୁରୁତର ହେବାରେ ଲାଗିଛି ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ । ଏହାର ନିରାକରଣ ନେଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ଲେଖନୀ ଚାଳନା କରିବାକୁ ହେବ । ଏହି ଅବସରରେ ଦୀନବନ୍ଧୁ ଶ୍ରୀପଲ୍ଲବଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସୂର୍ଯ୍ୟକାନ୍ତ ପାତ୍ର, ଡ.ବନମାଳୀ ପାଣିଗ୍ରାହୀ, ଡ.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ବିଜୟ ଚନ୍ଦ୍ର ନନ୍ଦ, ମିହିର କୁମାର ରଥ ଶର୍ମା, ପ୍ରଧ୍ୟାପକ ରମେଶ ଚରଣ ତ୍ରିପାଠୀ, କପିଳଚନ୍ଦ୍ର ମହାନ୍ତି, ସୁଦର୍ଶନ ବିଷୋୟୀ, ପ୍ରେମଶିଳା ନନ୍ଦ, ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ନଳିନୀକାନ୍ତ ଗୌଡ଼, ଲିଙ୍ଗରାଜ ଜେନା, ସୁବାସଚନ୍ଦ୍ର ନାୟକ, ସଂଯୁକ୍ତା ଶତପଥୀ, ଦେବାଶିଷ ଦାଶ, ମନୋଜ କୁମାର ସାହୁ, ପ୍ରମୁଖଙ୍କ ସମେତ ବହୁ କବି, ଲେଖକ ଲେଖିକା ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସୁଦର୍ଶନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button