କ୍ରାଇମ

ଖାକିରେ ଦାଗ, ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ

ସମ୍ବଲପୁର : ଖାକିରେ ଲାଗିଲା ଦାଗ । ରକ୍ଷକ ସାଜିଥିବା ପୋଲିସ ନିଜେ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା । ସେ ଓଏସଏଫର କନଷ୍ଟେବଳ ଭାବେ ବରେଇପାଲି ଥାନାରେ ନିୟୋଜିତ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅଞ୍ଚଳରେ।

ସୂଚନା ଅନୁସାରେ ଆଦିବାସୀପଡ଼ାର ଜଣେ ୧୪ ବର୍ଷିୟ ନାବାଳିକା ସମ୍ପର୍କରେ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ ନେଇ କନଷ୍ଟେବଳ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ନାବାଳିକା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ଘଟଣାସ୍ଥଳରୁ ଖସି ଆସିଥିଲେ । ଏହି ସମ୍ପର୍କରେ ଜଣାପଡ଼ିବା ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ସହ ସ୍ଥାନୀୟ ବାସିନ୍ଦା ଥାନାକୁ ଯାଇ ଏତଲା ଦେଇଥିଲେ ।  ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button