କ୍ରାଇମ
ଟ୍ରକ୍କୁ ପଛପଟୁ ପିଟିଲା ବସ୍; ୨ ମୃତ, ୫ ଗୁରୁତର

ଧର୍ମଗଡ଼: ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ୨ ଜୀବନ । ଓଭରଟେକ୍ ହେଲା କାଳ । ଟ୍ରକକୁ ପିଟିଲା ବସ୍। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଦୁର୍ଘଟଣାରେ ଜଣେ ଯାତ୍ରୀ ମୃତ । ୫ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ରଘୁନାଥ ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ଉମରକୋଟ ଯାଉଥିବାବେଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । କୋକସରା ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।