ବିଚାର

8 ଅଗଷ୍ଟ 2022 : ପୁତ୍ରଦା ଏକାଦଶୀ + ଶ୍ରାବଣ ସୋମବାର ; ଦୁଇଟି ବ୍ରତ ଏକା ସାଥିରେ କେମିତି କରିବେ, ଭୁଲରେ ମଧ୍ୟ କରନ୍ତୁନି ଏହି କାମ ନହେଲେ ପସ୍ତେଇବାକୁ ପଡିବ…..

ବନ୍ଧୁଗଣ ଶ୍ରାବଣ ମାସ ଭଗବାନ ଭୋଲେନାଥ ଙ୍କୁ ସମର୍ପଣ କରାଯାଇଛି,କୁହାଯାଏ ଏହି ମାସରେ ଭୋଲେନାଥ ସ୍ୱୟଂ ସୃଷ୍ଟିର ସଂଚାଳନ କରିଥାନ୍ତି | ଏବଂ ଭଗବାନ ବିଷ୍ଣୁ ଯୋଗ ନିଦ୍ରା କରିବାକୁ ପାତଳ ଲୋକ ଯାଇଥାନ୍ତି | ତେବେ ବନ୍ଧୁଗଣ ସନାତନ ଧର୍ମ ରେ ଅନେକ ତିଥି ବ୍ରତ ରହିଛି |

ତେବେ ସେହିପରି ଏହି ଶ୍ରାବଣ ମାସରେ ପୁତ୍ରଦା ବ୍ରତ ପଡିଛି, ଶାସ୍ତ୍ରରେ ଉଲ୍ଲେଖ ଅଛି ଏହି ବ୍ରତ ସନ୍ତାନ ପ୍ରାପ୍ତି ପାଇଁ କରିଥାନ୍ତି | ତେବେ ଯଦି ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ଏହି ବ୍ରତ କୁ ଏକାଠି କରନ୍ତି ତେବେ ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ | ଭଗବାନ ଶ୍ରୀହରି ଏବଂ ମାତା ଲକ୍ଷ୍ମୀ ଙ୍କ କୃପାରୁ ଏହି ସନ୍ତାନ ପ୍ରାପ୍ତି ହୋଇଥାଏ | ତେବେ ଏହି ବ୍ରତ ସମସ୍ତେ ଭଗବାନ ଶ୍ରୀହରିଙ୍କୁ ପ୍ରସନ୍ନ କରିବା ପାଇଁ କରିଥାନ୍ତି |

ତେବେ ବନ୍ଧୁଗଣ ଏହି ବର୍ଷ ଶ୍ରାବଣ ମାସ ରେ ପୁତ୍ରଦା ଏକାଦଶୀ ପଡୁଛି | ଅଗଷ୍ଟ ମାସ 8 ତାରିଖ ରେ ପୁତ୍ରଦା ଏକାଦଶୀ ପଡୁଛି, ଏହି ଦିନ ଭଗବାନ ଶ୍ରୀହରି ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରା ଯାଇ ଥାଏ | ତେବେ ଏହି ଦିନ ଏକ ଯୋଗ ହେବାକୁ ଯାଉଛି, ଶ୍ରାବଣ ମାସ ହେତୁ ଭଗବାନ ଶିବ ଏବଂ ମାତା ପାର୍ବତୀ ଙ୍କୁ ମଧ୍ୟ ପୂଜା କରିପାରିବେ | ବହୁତ ଶୁଭ ଫଳ ମିଳିବ ତେବେ ଏହି ଦିନ ପଦ୍ମ ଯୋଗ ଆଉ ରବି ଯୋଗ ହେଉଛି, ଏହି ଦିନ ଶ୍ରାବଣ ମାସରେ ସୋମବାର ମଧ୍ୟ ପଡୁଛି ତେବେ ଦୁଇଟି ମହା ବ୍ରତ ଏହି ମାସରେ ପଡୁଛି | ତେବେ ବନ୍ଧୁଗଣ କିପରି କରିବେ ଏହି ବ୍ରତ ଏବଂ କଣ ଉପାୟ ଅବଲମ୍ବନ କରିବେ ଚଳାନ୍ତୁ ଜାଣିବା

ବନ୍ଧୁଗଣ ଦଶମୀ ତିଥିରେ ଆପଣ ଆମିଷ ଭକ୍ଷଣ କରନ୍ତୁ, ଦଶମୀ ଠାରୁ ଏକାଦଶୀ ଯାଏ ତାମସିକ ଖାଦ୍ୟ ଗ୍ରହଣ କରିବା ଉଚିତ | ସାଧାରଣ ଦିନରେ ମାଂସ ମଦ ଏସବୁ ଖାଉଥିଲେ ଦଶମୀ ରୁ ଏକାଦଶୀ ଯାଏଁ ଖାଇବା ତ୍ୟାଗ କରନ୍ତୁ | ସମ୍ପୂର୍ଣ ରୂପେ ସାଧା ଖାଦ୍ୟ ଖାଆନ୍ତୁ,ରଶୁଣ ଏବଂ ପିଆଜ ମଧ୍ୟ ଖାଆନ୍ତୁ ନାହିଁ | ଏହି ଦିନ ସନ୍ଧ୍ୟା ପରେ ଅନ୍ନ ଭୋଜନ କରିବା ଉଚିତ ନୁହେଁ, ରାତିରେ ଆପଣ ଫଳ ଖାଇପାରବେ, କ୍ଷୀର ପିଇ ପାରିବେ | ତେବେ ଏହି ଦିନ ଦରିଦ୍ର ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ପୁର୍ଣ୍ୟ ହୋଇଥାଏ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି | ତେବେ ଏହି ଦିନ ପୁତ୍ରଦା ଏକାଦଶୀ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ |

ଏହି ଦିନ ବ୍ରତ କରିବାକୁ ହେଲେ ସକାଳୁ ଉଠି ସ୍ନାନ କରନ୍ତୁ, ଗଙ୍ଗାଜଳ ପାଣି ରେ ମିଶେଇ ସ୍ନାନ କରନ୍ତୁ ଏହା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ | ଏହା ପରେ ଫୁଲ, ଫଳ, ଧୂପ, ଦୀପ ନେଇ ଭଗବାନ ଶ୍ରୀହରି ଙ୍କୁ ପୂଜା କରନ୍ତୁ | ମନସ୍କାମନା କରି ବ୍ରତ ଆରମ୍ଭ କରନ୍ତୁ |

ତେବେ ଭଗବାନ ଶ୍ରୀ ହରି ଙ୍କୁ ହଳଦିଆ ଫୁଲ, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ | ବିଶେଷ କରି ପୂଜା କରିବା ସମୟ ରେ ତୁଳସୀ ପତ୍ର ଅର୍ପଣ କରନ୍ତୁ, ଏହା କରିବା ପରେ ଭଗବାନ ଶ୍ରୀ ହରି ଙ୍କର ସହସ୍ର ନାମ ଜପ କରନ୍ତୁ | ଏମିତି ରେ ତ ସର୍ବଦା ମନ୍ତ୍ର ପାଠ କରିବା ଉଚିତ ହୋଇଥାଏ କିନ୍ତୁ ସୂର୍ଯ୍ୟଦୟ ସମୟରେ ସହସ୍ର ନାମ ଜପ କରବା ଉତ୍ତମ ହୋଇଥାଏ

ଏକାଦଶୀ ଦିନ କଳସ ରେ ଗଙ୍ଗାଜଳ ଏବଂ ଆମ୍ବ ପତ୍ର ରଖନ୍ତୁ ଏହା ପରେ ବିଷ୍ଣୁ ଭଗବାନ ଙ୍କୁ ପୂଜା କରନ୍ତୁ | ଏହି ଦିନ ବ୍ରତରେ ଆପଣ ଫଲ ଖାଇପାରିବେ, ପାଣି ମଧ୍ୟ ପିଇପାରିବେ କିନ୍ତୁ ଅର୍ଣ୍ଣ ଭୋଜନ କରିପାରିବେ ନାହିଁ | ଏହି ଦିନ ଆପଣ ଭଗବାନ ଙ୍କ ନାମ ଜପ କରନ୍ତୁ, ସୂର୍ଯ୍ୟାସ୍ତ ପରେ ଭଗବାନ ଶିବଙ୍କୁ ପ୍ରାଥନା କରନ୍ତୁ | ଏହି ଦିନ ବ୍ରତ ସରିବ ପରେ ଆର୍ଥାତ ଦ୍ୱାଦଶୀ ଦିନ ବ୍ରାହ୍ମଣ ଙ୍କୁ ଡାକି ଖାଦ୍ୟ ଖୁଆଇବା ପରେ ଆପଣ ଖାଦ୍ୟ ଗ୍ରହଣ କରିପାରିବେ ଯଦି ଏହି ପରି ସମ୍ଭାବ ନୁହେଁ ତେବେ ଆପଣ ଦାନ କରିପାରିବେ|

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button