ନୀତି

ବିଳାସମୟ ଭୂତ ଗାଁ – Utkal Mail


ଉତ୍ତର-ପୂର୍ବ ଚୀନ୍‌ର ଶିଳ୍ପ ସହର ସେନ୍ୟାଙ୍ଗ ନିକଟରେ ନିର୍ମିତ ଏକ ଅତ୍ୟାଧୁନିକ ବାସଭବନ ପ୍ରକଳ୍ପ ଏବେ ଚର୍ଚ୍ଚାରେ। ‘ଷ୍ଟେଟ୍‌ ଗେଷ୍ଟ ମାନସନ୍‌ସ’ ନାମକ ଏହି ପ୍ରକଳ୍ପରେ ପାଖାପାଖି ୨୫୦ଟି ବିଳାସମୟ ଅଟ୍ଟାଳିକା ନିର୍ମାଣ କରାଯାଇଥିବା ବେଳେ ସେଠାରେ କେହି ରହୁନଥିବାରୁ ତାହା ଏବେ ସଂପୂର୍ଣ୍ଣ ପରିତ୍ୟକ୍ତ। ତେଣୁ ତାହାକୁ କେହି କେହି ‘ବିଳାସମୟ ଭୂତ ଗାଁ’ ବୋଲି କହୁଛନ୍ତି। ୨୦୧୦ ମସିହା ବେଳକୁ ଚୀନ୍‌ର କୋଠାବାଡ଼ି ବ୍ୟବସାୟ ଶୀର୍ଷରେ ପହଞ୍ଚିଥିଲା ବେଳେ ଉକ୍ତ ବାସଭବନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଘରେ ମାର୍ବଲ୍‌ ଚଟାଣ ସାଙ୍ଗକୁ ସମ୍ଭ୍ରନ୍ତ ଶ୍ରେଣୀୟ ସାଜସଜ୍ଜା ବି ରହିଥିଲା।

ମାତ୍ର ଅଜଣା କାରଣରୁ ୨୦୧୮ ପରଠାରୁ ପ୍ରକଳ୍ପର କୌଣସି ଅଗ୍ରଗତି ହୋଇନଥିଲା। ବାସଭବନଗୁଡ଼ିକ ଦରଗଢ଼ା ହୋଇ ରହିବା ଯୋଗୁଁ ସେଠାରେ ଜଣେ ବି ବସବାସ କରିନଥିଲେ। ଫଳରେ ଅଟ୍ଟାଳିକାଗୁଡ଼ିକ ଏବେ ତୁର୍କିର ପ୍ରସିଦ୍ଧ ‘ବୁର୍ଜ ଅଲ୍‌ ବାବାସ’ ପ୍ରକଳ୍ପ ପରି ଭୂତକୋଠି ସାଜିଛି। ରାଜଧାନୀ ବେଜିଂ ଠାରୁ ପ୍ରାୟ ୪୦୦ କି.ମି. ଦୂରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ଭୂତ ଗାଁ ଚୀନ୍‌ର କ୍ରମବର୍ଦ୍ଧିଷ୍ଣୁ କୋଠାବାଡ଼ି ବଜାରର ଏକ ମୂକସାକ୍ଷୀ ହୋଇ ରହିଛି। ବହୁଦିନ ଧରି ଅବ୍ୟବହୃତ ହୋଇ ରହିବା ପରେ ଉକ୍ତ କୋଠାଗୁଡ଼ିକୁ ଏବେ ସ୍ଥାନୀୟ କୃଷକମାନେ କବ୍‌ଜା କରିବା ଆରମ୍ଭ କରିଛନ୍ତି, ଯେଉଁମାନେ ସ୍ବପ୍ନରେ ସୁଦ୍ଧା ଏପରି ଦାମୀ କୋଠାରେ ପାଦ ଦେବେ ବୋଲି ଭାବିନଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button